ଓଡ଼ିଶା 365 (ବ୍ୟୁରୋ): କଳା ବ୍ୟାଚ୍ ପିନ୍ଧିଲେ ଜେଲ୍ କର୍ମଚାରୀ। ୫ ଦଫା ଦାବି ପୂରଣ ନେଇ କଳା ବ୍ୟାଚ୍ ପିନ୍ଧିଛନ୍ତି ଭଦ୍ରକ ଜିଲ୍ଲା କାରାଗାରର ଜେଲ୍ କର୍ମଚାରୀମାନେ । ଦାବି ପୂରଣ କରିବାକୁ ସରକାରଙ୍କୁ ଚାତାବନୀ ଦେଇଛନ୍ତି ଏହି କର୍ମଚାରୀମାନେ। ନହେଲେ ଆସନ୍ତା ୨୫ତାରିଖରୁ ଆମରଣ ଅନଶନରେ ବସିବା ସହ ଖାଦ୍ୟ ଗ୍ରହଣ ନକରି କାର୍ଯ୍ୟ କରିବେ।
ଜେଲ୍ କର୍ମଚାରୀଙ୍କ ୫ ଦଫା ଦାବି ଦାବି ଗୁଡିକ ମଧ୍ୟରେ ୱାର୍ଡର ଓ ଚିଫ୍ ୱାର୍ଡରଙ୍କ ଗ୍ରେଡ୍ ପେ ବୃଦ୍ଧି, ୨୦୧୨ ମସିହାର ପୁରୁଣା ପଦୋନ୍ନତି ନିୟମ ଲାଗୁ , ଉପଖଣ୍ଡ ସ୍ଥର କୁ ବଦଳି ନିୟମ ରେ ପରିବର୍ତ୍ତନ , ଖାଦ୍ୟଭତ୍ତା ୪ ଶହ ରୁ ୧୪ ଶହକୁ ବୃଦ୍ଧି ଓ ୧୩ ମାସିଆ ଦରମା ବୃଦ୍ଧି ପାଇଁ ଦାବି ରହିଛି । ଏହି ଦାବି ପୂରଣ ନହେଲେ ଆସନ୍ତା ୨୫ତାରିଖରୁ ଜେଲ ଗେଟ୍ ସମ୍ମୁଖରେ ଆମରଣ ଅନଶନରେ ବସିବେ ଜେଲ୍ କର୍ମଚାରୀ।