ଓଡ଼ିଶା 365 (ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନର ବେପରୁଆ ପରିଚାଳନା ପାଇଁ ଆଜି ପୁଣି ଶ୍ରୀମନ୍ଦିରରେ ଦେଖାଦେଇଛି ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ। ସେବାରୁ ନିବୃତ ଥିବା ଜଣେ ସିଂହାରୀ ସେବାୟତ ଆଜି ମହାପ୍ରଭୁଙ୍କ ମଙ୍ଗଳାଆଳତୀ କରିବାରୁ ଏହାକୁ ନେଇ ଦେଖାଦେଇଛି ବିବାଦ। ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଗଲା ପରେ ଯାଇ ନୀତି ବଢ଼ିବ ବୋଲି ଜିଦ୍ ଧରିଛନ୍ତି ଅନ୍ୟ ସେବାୟତ । ତେବେ ମହାପ୍ରଭୁଙ୍କ ନୀତିକାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ସେବାୟତଙ୍କ ସହ ନୀତି ପ୍ରଶାସକଙ୍କ ଆଲୋଚନା ଜାରି ରଖିଛନ୍ତି। ଏହାର ବାହାରିଲେ ଯାଇଁ ମହାପ୍ରଭୁଙ୍କ ସେବା ଆଗକୁ ବଢିବ।
ସୂଚନା ଥାଉକି, ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ନିଲମ୍ବିତ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ କରାଯାଇଛି। ନିଯୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ଆଜି ସକାଳୁ ସକାଳୁ ନିଲମ୍ବିତ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ । ଏହାକୁ ବିରୋଧ କରିଥିଲେ ଅନ୍ୟ ସେବାୟତ । ଯାହାକୁ ନେଇ ଏବେ ମହାପ୍ରଭୁଙ୍କ ନୀତିରେ ଦେଖାଦେଇଛି ବିଳମ୍ବ । ଅନ୍ୟ ସେବାୟତ ସେବା ପୂଜା କରିବାକୁ ବାରଣ କରିଛନ୍ତି । ଏନେଇ ନୀତି ପ୍ରଶାସକ ସେବାୟତଙ୍କ ସହ କରିଛନ୍ତି ଆଲୋଚନା । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଛି । ହେଲୱ ଏହା ପରଠାରୁ ମହାପ୍ରଭୁଙ୍କ ନୀତିକାନ୍ତି ଆଉ ଆଗକୁ ବଢିପାରିନି।