ଓଡ଼ିଶା 365 (ବ୍ୟୁରୋ) : ଆଦିତ୍ୟ ଏଲ-୧ ମହାକାଶଯାନ ଚତୁର୍ଥ ‘ଆର୍ଥ ବାଉଣ୍ଡ୍ ମନିଭର୍’ ସଫଳତାର ସହ ସମାପ୍ତ କରିଛି। ଭାରତୀୟ ମହାକାଶ ପ୍ରତିଷ୍ଠାନ ଏନେଇ ସୂଚନା ଦେଇଛି । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ଆଦିତ୍ୟ ଏଲ-୧ ମହାକାଶଯାନ ମହାକାଶକୁ ପଠାଯାଇଛି । ସୂର୍ଯ୍ୟ ଅଧ୍ୟୟନ ପାଇଁ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ-୧ ହେଉଛି ଭାରତର ପ୍ରଥମ ମହାକାଶ ପର୍ଯ୍ୟବେକ୍ଷଣକାରୀ। ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ପାଞ୍ଚଟି ଲାଗ୍ରେଞ୍ଜ ପଏଣ୍ଟ ଅଛି। ଲାଗ୍ରେଞ୍ଜ ପଏଣ୍ଟ ଠାରୁ ସୂର୍ଯ୍ୟଙ୍କୁ ଚନ୍ଦ୍ରଗ୍ରହଣ କିମ୍ବା ବାଧା ବିନା ଦେଖିବା ସମ୍ଭବ ଅଟେ । ପୃଥିବୀରୁ ଲାଗ୍ରେଞ୍ଜ ପଏଣ୍ଟ ୧ର ଦୂରତା ୧୫ ଲକ୍ଷ କିଲୋମିଟର ହୋଇଥିବାବେଳେ ସୂର୍ଯ୍ୟଙ୍କଠାରୁ ପୃଥିବୀର ଦୂରତା ୧୫ କୋଟି କିଲୋମିଟର ଅଟେ । ଆଦିତ୍ୟ ଏଲ-୧ ମହାକାଶଯାନ ଲାଗ୍ରେଞ୍ଜ ପଏଣ୍ଟ ୧କୁ ପଠାଯାଉଛି। । ଶ୍ରୀହରି କୋଟା ସ୍ଥିତ ସତିଷ ଧାଓ୍ୱନ ମହାକାଶ କେନ୍ଦ୍ରରୁ ସେଣ୍ଟରରୁ ଆଦିତ୍ୟ ଏଲ-୧ ଲଂଚ କରାଯାଇଥିଲା ।