ଓଡ଼ିଶା 365 (ବ୍ୟୁରୋ) : କଂଗ୍ରେସ ସରକାର ଛତିଶଗଡ଼ରେ ଦୂର୍ନିତିର ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି । କଂଗ୍ରେସ ନେତାମାନେ କହିଛନ୍ତି ଯେ ଦୀର୍ଘ ସମୟ ପରେ ଆମେ କ୍ଷମତାକୁ ଆସିବାର ସୁଯୋଗ ପାଇଲୁ, ଯେତେ ସମ୍ଭବ ଲୁଟ କର, ଆମେ ପରେ ସୁଯୋଗ ପାଇପାରିବା ନାହିଁ । ଛତିଶଗଡ଼ର ରାୟଗଡ଼ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସକୁ ଏଭଳି କହି ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ର ରାୟଗଡ଼ ଜିଲା ଗସ୍ତରେ ଆସି ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଗସ୍ତ ସମୟରେ ସେ କଂଗ୍ରେସ ନେତୃତ୍ୱାଧୀନ ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି ମୋଦି । କଳ୍ପନା କରନ୍ତୁ, ଯଦି ଗାଈ ଗୋବରରେ କେହି ଦୁର୍ନୀତିଗ୍ରସ୍ତ ହୁଅନ୍ତି, ତେବେ ତାଙ୍କର ମାନସିକତା କ’ଣ ହୋଇପାରେ ବୋଲି କହିଛନ୍ତି ମୋଦି । ଗରିବଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିବାରେ କଂଗ୍ରେସ ପଛରେ ଥାଇପାରେ କିନ୍ତୁ ଦୁର୍ନୀତିରେ କଂଗ୍ରେସ ସରକାର ବହୁ ଆଗରେ ଅଛନ୍ତି। କଂଗ୍ରେସ ସରକାର ସ୍କାମର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଛତିଶଗଡ଼ର କଂଗ୍ରେସ ସରକାର କଂଗ୍ରେସ ଦଳ ପାଇଁ ଏଟିଏମ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ।