ଓଡ଼ିଶା 365 (ବ୍ୟୁରୋ) : ଏସିଆ କପ ସୁପର-୪ର ରୋମାଞ୍ଚକର ମୁକାବିଲାରେ ବାଜି ମାରିଛି ଶ୍ରୀଲଙ୍କା। ଭାଙ୍ଗିଛି ପାକିସ୍ତାନ ଆଶା, ଶେଷ ପର୍ଯ୍ୟନ୍ତ ଲଢି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ପାକିସ୍ତାନ। ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଡକ ଓ୍ଵର୍ଥ ଲୁଇସ୍ ନିୟମରେ ଶ୍ରୀଲଙ୍କା ପାକିସ୍ତାନକୁ ୨ ଓ୍ଵିକେଟରେ ହରାଇ ଏଣ୍ଟ୍ରି ମାରିଛି ଫାଇନାଲରେ। ଶେଷ ଓଭରରେ ଶ୍ରୀଲଙ୍କାକୁ ଜିତିବା ପାଇଁ ୮ ରନ ଆବଶ୍ୟାକ ଥିବାବେଳେ ଚତୁର୍ଥ ବଲରେ ଚୌକା ପଞ୍ଚମ ବଲରେ ଦୁଇ ରନ ନେଇ ଚରିଥ ଅସଲଙ୍କା ଶ୍ରୀଲଙ୍କାକୁ ସ୍ମରଣୀୟ ବିଜୟୀ ଭେଟିଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୨ ଓଭରରେ ୭ ଓ୍ଵିକେଟ୍ ହରାଇ ୨୫୨ ରନ କରିଥିଲା।ମହମ୍ମଦ ରିଜଓ୍ଵାନଙ୍କ ୮୬ ରନ, ଶଫିକଙ୍କ ୫୨ ରନ ଓ ଇଫତିକାର ଅହମ୍ମଦଙ୍କ ୪୭ ରନର ପାରି ଖେଳିଥିଲେ। ଜବାବରେ ଶ୍ରୀଲଙ୍କା ଶେଷ ବଲରେ ବିଜୟ ହାସଲ କରିଥିଲା ।
୯୧ ରନ ଇନିଂସ ଖେଳି ଶ୍ରୀଲଙ୍କା ବିଜୟର ହିରୋ ସାଜିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ କୁଶଲ ମେଣ୍ଡିସ। ଶ୍ରୀଲଙ୍କା ପକ୍ଷରୁ ମଥିଶା ପଥିରାନା ୩ ଓ ପ୍ରମୋସ ମଦୁଶନ ୨ଟି ଓ୍ଵିକେଟ୍ ନେଇଥିଲେ। ଏସିଆ କପ୍ର ସୁପର ୪ କର ବା ମର ମୁକାବିଲାରେ ପରାସ୍ତ ହୋଇଛି ପାକିସ୍ତାନ । ସେପ୍ଟେମ୍ବର ୧୭ ସୁପର ସଣ୍ଡେରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଏସିଆ କପ ଫାଇନାଲ୍ ମ୍ୟାଚ୍ ।ଏହି ମ୍ୟାଚକୁ ଉତ୍ସାହର ସହ ଚାହିଁ ରହିଛନ୍ତି କ୍ରିକେଟ୍ ପ୍ରଶଂସକ। ସୁପର ସଣ୍ଡେରେ ରୋହିତବାହିନୀ ବିଜୟ ବାନା ଉଡାଉ ବୋଲି ଆଶା ରଖିଛନ୍ତି ଦେଶବାସୀ।