ଓଡ଼ିଶା 365 (ବ୍ୟୁରୋ): ‘ମିସ୍ ୟୁନିଭର୍ସ’ ପ୍ରତିଯୋଗିତାରେ ଭାଗ ନେବାକୁ ଆଶାୟୀ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ଆଉ ଦରକାର ପଡ଼ିବନି ବୟସ ସୀମା । ଏନେଇ ‘ମିସ୍ ୟୁନିଭର୍ସ ୨୦୨୨’ ଆର୍’ ବୋନି ଗାବ୍ରିଏଲ୍ ଘୋଷଣା କରିଛନ୍ତି । ନ୍ୟୁୟର୍କ ଫେସନ୍ ଉଇକ୍ ୨୦୨୪’ରେ ଉପରୋକ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସୂଚନା ଅନୁଯାୟୀ, ସବୁଠୁ ଅଧିକ ବୟସ୍କା ଭାବେ ‘ମିସ୍ ୟୁନିଭର୍ସ’ ମୁକୁଟ ପିନ୍ଧି ଆର୍’ ବୋନି ଗାବ୍ରିଏଲ୍ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଥିଲେ। ଏବେ ଗାବ୍ରିଏଲ୍ଙ୍କୁ ୨୯ ବର୍ଷ ଚାଲିଛି। ପୂର୍ବରୁ ‘ମିସ୍ ୟୁନିଭର୍ସ’ର ପ୍ରତିଯୋଗୀ ମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୨୮ ବର୍ଷ ରଖାଯାଇଥିଲା।
ହେଲେ ‘ନ୍ୟୁୟର୍କ ଫେସନ୍ ଉଇକ୍ ୨୦୨୪’ରେ ଫ୍ଲେଚର୍ଙ୍କ ‘ବିୟୁଟି ପଜେଣ୍ଟ୍’ ସୋ’ କରାଯାଇଥିବା ନୂଆ ପରିବର୍ତ୍ତନକୁ ଆଧାର କରି ‘ମିସ୍ ୟୁନିଭର୍ସ’ ସଙ୍ଗଠନ ସର୍ବୋଚ୍ଚ ବୟସ ସୀମାକୁ ହଟାଇ ଦେବାଲାଗି ନିଷ୍ପତ୍ତି ନେଇଥିଲା । ‘ନ୍ୟୁୟର୍କ ଫେସନ୍ ଉଇକ୍ ୨୦୨୪’ରେ ସାମ୍ବାଦିକମାନଙ୍କୁ ଆର୍’ ବୋନି ଗାବ୍ରିଏଲ୍ କହିଛନ୍ତି ଯେ, ସଫଳତା ହାସଲ କରିବା ଲାଗି ମହିଳାଙ୍କ ସାମର୍ଥ୍ୟ କ୍ଷେତ୍ରରେ ବୟସ ବାଧକ ସାଜେ ନାହିଁ।