ଓଡ଼ିଶା 365 (ବ୍ୟୁରୋ) : କାଶ୍ମୀରର ଅନନ୍ତନାଗ ଏବଂ ରାଜୌରୀରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ପାକିସ୍ତାନର ସମ୍ପୃକ୍ତି ଅଛି । ଏକଥା ଗୁଇନ୍ଦା ବିଭାଗର ସ୍ପଷ୍ଟ କରିଛି । ପ୍ରତିରକ୍ଷା ଗୁଇନ୍ଦା ବିଭାଗର ସୂଚନା ଅନୁସାରେ,ପାକିସ୍ତାନ ଆତଙ୍କବାଦୀମାନେ ଏକାସାଙ୍ଗରେ ଏକାଧିକ ଆକ୍ରମଣ ଓ ଅନୁପ୍ରବେଶ ପାଇଁ ଯୋଜନା କରୁଛନ୍ତି। ଅନନ୍ତନାଗ ଆକ୍ରମଣ ଘଟଣା ପାକିସ୍ତାନ ଯୋଜନାବଦ୍ଧ ଭାବରେ କରିଛି । ଭାରତର ଅଧ୍ୟକ୍ଷତାରେ ଜି -୨୦ର ସଫଳ ହେବା ପରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି । ଦୁଇ ଦିନ ମଧ୍ୟରେ କାଶ୍ମୀରରେ ଦୁଇଟି ବଡ଼ ଆକ୍ରମଣ ହୋଇଛି।
ବୁଧବାର କଶ୍ମୀରର ଅନନ୍ତନାଗ ଜିଲାର କୋକରନାଗରେ ସୁରକ୍ଷା ବାହିନୀ ଏବଂ ଲଶ୍କର-ଏ-ତୋଏବା (ଏଲଇଟି) ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଆର୍ମି କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧାନୌତ ଏବଂ ଜମ୍ମୁ-କଶ୍ମୀର ପୋଲିସ ଡିଏସପି ହୁମାୟୁନ ଭଟ୍ଟ ଶହୀଦ ହୋଇଥିବାବେଳେ ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ସେହିଭଳି ରାଜୌରୀରେ ମଧ୍ୟ ଦୁଇ ଜଣ ଏଲଇଟି ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଜି-୨୦ ପରଠାରୁ ପାକିସ୍ତାନୀ ସେନା ଏକ ବଡ଼ ଆକ୍ରମଣ ଯୋଜନା କରୁଥିବା ଗୁଇନ୍ଦା ବିଭାଗର ସୂଚନା ଦେଇଛି ।