ଓଡ଼ିଶା 365 (ବ୍ୟୁରୋ) : ପେଟରେ ଗଚ୍ଛିତ ଚର୍ବିକୁ ଆମେ ସମସ୍ତେ ନାପସନ୍ଦ କରୁ। ତେବେ ଆମକୁ ଏକ୍ସର୍ସାଇଜ୍ କରିବାକୁ ପସନ୍ଦ କରୁ କି ନାହିଁ। କିନ୍ତୁ ଆମେ ସମସ୍ତେ ଚାହୁଁ ଯେ ଆମର ପେଟ ସମ୍ପୂର୍ଣ୍ଣ ଫ୍ଲାଟ୍ ହେବା ଉଚିତ ଓ ଅଣ୍ଟା ସମ୍ପୂର୍ଣ୍ଣ ରୂପେ ରହିବା ଉଚିତ୍। ତଥାପି, ବିନା ପ୍ରୟାସରେ ଏହା କରିବା ସମ୍ଭବ ନୁହେଁ। କାରଣ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଯେଉଁ ପ୍ରକାରର ବସିବା କାମ କରୁଛନ୍ତି, ପେଟ ବାହାରକୁ ଆସିବା ଓ ଅଣ୍ଟାର ଆକାର ବଢ଼ିବା ଏକ ସାଧାରଣ କଥା । ଏଠାରେ ତିନୋଟି ଶାନଦାର ଓ ସୁସ୍ବାଦୁ ଡ୍ରିଙ୍କ୍ ଅଛି ଯାହା ଆପଣଙ୍କୁ ପେଟ ଆକାର କମାଇବାରେ ସାହାଯ୍ୟ କରିବ। ଅ।ପଣ ସକାଳ ସମୟରେ କ’ଣ ଖାଉଛନ୍ତି ଓ କ’ଣ ପିଉଛନ୍ତି ତାହା ଅ।ପଣଙ୍କ ଶରୀର ଉପରେ ବିଶେଷ ଭାବେ ପ୍ରଭାବ ପକାଇଥାଏ । ରାତିରେ ଆମେ ଦୀର୍ଘ ସମୟ ଧରି ଶୋଇ ରହୁଥିବା କାରଣରୁ ଶରୀରକୁ ଖାଦ୍ୟ, ପାନୀୟ ଠିକ୍ ଭାବେ ମିଳିପାରେ ନାହିଁ ।
ସକାଳୁ ଉଠିବା ପରେ ଅ।ମ ଦେହ ଶୁଷ୍କ ହୋଇ ଯାଇଥାଏ । ଶରୀରରେ ଜଳୀୟ ଅଂଶ କମ୍ ହୋଇଥାଏ । ଏହି କାରଣରୁ ଅ ।ମକୁ ସକାଳ ପାନୀୟ ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ । ତେବେ, ଚାଲନ୍ତୁ ଜାଣିବା ନିଜକୁ ସୁସ୍ଥ ରଖିବା ପାଇଁ ଅ।ମକୁ କ’ଣ କ’ଣ କରିବାକୁ ପଡ଼ିଥାଏ ।ଖରାଦିନେ ବିଭିନ୍ନ ସ୍ଥାନରେ ଅ।ଖୁ ରସ ବିକ୍ରି ହେଉଥାଏ । ସକାଳ ସମୟରେ ଯଦି ପାରୁଛନ୍ତି ଆଖୁ ରସରୁ ଗୋଟାଏ ଗ୍ଲାସ ପିଅନ୍ତୁ । ଏହା ଶରୀର ପାଇଁ ବେଶ୍ ଉପକାରୀ । କେବଳ ଆଖୁ ରସ ନୁହେଁ, ଅ।ପଣ ପଇଡ଼ ମଧ୍ୟ ପିଇପାରିବେ । ଅ।ପଣ ଭାବିପାରନ୍ତି ଯେ ପଇଡ଼ ହେଉଛି ସକାଳ ସମୟର ସବୁଠାରୁ ଭଲ ପାନୀୟ । ସକାଳ ସମୟରେ ଲେମ୍ବୁ ପାଣି ପିଇବା ଖୁବ୍ ଉପକାରୀ ହୋଇଥାଏ । ମାତ୍ର ମନେ ରଖନ୍ତୁ କେବେ ବି ଲେମ୍ବୁ ପାଣି ଖାଲି ପେଟରେ ପିଇବେ ନାହିଁ । ଲେମ୍ବୁ ପାଣି ପିଇବା ପୂର୍ବରୁ ଅ ।ପଣ ସକାଳ ଜଳଖିଅ । କରି ସାରିଥିବା ଅ ।ବଶ୍ୟକ । ଏହାବ୍ୟତୀତ ବିଟ୍, ଗାଜର, ପୋଦିନା ଓ କଲରା ଅ।ଦିର ରସ ମଧ୍ୟ ସକାଳୁ ପିଇବା ଅତ୍ୟନ୍ତ ଭଲ ହୋଇଥାଏ ।