ଓଡ଼ିଶା 365 (ବ୍ୟୁରୋ) : ଜି-୨୦ ଶିଖର ସମ୍ମିଳନୀର ସଫଳତାକୁ ନେଇ ୧୪୦ କୋଟି ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀର ସଫଳତାକୁ ନେଇ ଦେଶବାସିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦେଶବାସିଙ୍କ ସହଯୋଗ ଦ୍ବାରା ଜି-୨୦ ଶିଖର ସମ୍ମିଳନୀର ସଫଳ ହୋଇଛି ବୋଲି କହିଛନ୍ତି ମୋଦି । ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ୨ଦିନିଆ ଜି-୨୦ ମହାକୁମ୍ଭ ଅନୁଷ୍ଠିତ ହୋଇଥିଲା । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସାରା ବିଶ୍ୱର ନେତା ଜି-୨୦ ସମ୍ମିଳନୀରେ ସାମିଲ ହୋଇଥିଲ । ଗତ ୯ ଓ ୧୦ ତାରିଖ ଦୁଇ ଦିନ ଚାଲିଥିଲା ଏହି ସମ୍ମିଳନୀ । ବସୁଧୈବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ ହୋଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ୧୯ ଟି ଦେଶର ନେତା ବୈଠକରେ ସାମିଲ ହୋଇଥିଲେ । ଭାରତର ଚନ୍ଦ୍ର ମିଶନ୍,ଜି-୨୦ ଓ ବିଶ୍ବକପ ୨୦୨୩ ଆୟେଜନ ଭାରତ ଲାଗି ଏହି ବର୍ଷ ସଫଳମ ବର୍ଷ ବୋଲି କହିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ। ଜି-୨୦ର ପ୍ରଥମ ଅଧିବେଶନରେ ୱାନ୍ ଆର୍ଥ ଉପରେ ଚାଲିଛି ଆଲୋଚନା । ଏହି ସମୟରେ ଭାରତ ଉପରେ ସାରା ବିଶ୍ବର ନଜର ରହିଥିଲା ।