ଓଡ଼ିଶା 365 (ବ୍ୟୁରୋ): ଖୁବଶୀଘ୍ର ଆସିବାକୁ ଯାଉଛି ଧଡକନ୍-୨, ଏନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ୨୦୦୦ରେ ରିଲିଜ ହୋଇଥିଲା ଫିଲ୍ମ ‘ଧଡକନ୍’। ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ଶିଳ୍ପା ସେଟ୍ଟୀ ଅଭିନୀତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ଘର କରି ରହିଯାଇଛି । ଆଜି ବି ଲୋକମାନେ ଏହି ଫିଲ୍ମକୁ ଝୁରି ହେଉଛନ୍ତି । ଏହି ଫିଲ୍ମ ଏତେ ଲୋକପ୍ରିୟତା ହାସଲ କରିଛି ଯେ ଖୁବ୍ଶୀଘ୍ର ଏହି ଫିଲ୍ମର ସିକୁଏଲ୍ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ‘ଗଦର ୨’ର ସଫଳତାକୁ ଦେଖି ନିର୍ମାତା ‘ଧଡକନ୍ ୨’ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି । ସେପଟେ ଏକ ସାକ୍ଷାତକାରରେ ‘ଧଡକନ୍’ ନିର୍ଦ୍ଦେଶକ ଧର୍ମେଶ ଦର୍ଶନ କହିଛନ୍ତି ଯେ, ଅନେକ ଲୋକ ମୋତେ କେବେ ଫିଲ୍ମ ଆଣୁଛ ବୋଲି ପ୍ରଶ୍ନ କରୁଛନ୍ତି। ଯେତେବେଳେ କେହି ମୋର ଅତୀତରେ କରିଥିବା କାମକୁ ପସନ୍ଦ କରନ୍ତି ମତେ ବହୁତ ଖୁସି ଲାଗେ। ଆଜି ବି ଲୋକେ ‘ଧଡକନ୍’କୁ ମନେ ପକାଉଛନ୍ତି । ରାଜା ହିନ୍ଦୁସ୍ତାନୀ ପରେ ଏହି ଫିଲ୍ମର ସିକୁଏଲ କରିବାକୁ ପଚାରନ୍ତି। ଏଣୁ ସେ ଫିଲ୍ମର ସିକୁଏଲ୍ କରିବେ।
ପୂର୍ବରୁ ଅକ୍ଷୟ କୁମାର, ସୁନିଲ ସେଟ୍ଟି ଓ ଶିଳ୍ପା ସେଟ୍ଟିଙ୍କ ଅଭିନୀତ ଫିଲ୍ମ ‘ଧଡକନ’ ଦିନେ ବକ୍ସ ଅଫିସରେ ଭଲ ବିଜନେସ୍ କରିଥିବା ବେଳେ ଦର୍ଶକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। ଏବେ ଏହି ଫିଲ୍ମର ସିକ୍ୱୁଏଲ ନିର୍ମାଣ କିରାଯିବ ବୋଲି ଶୁଣିବାକୁ ମିଳିଛି। ଏହାକୁ ନେଇ କିଛିଦିନ ହେବ କିଛି ନା କିଛି ଖବର ଆସୁଥିବା ବେଳେ ଏବେ ଏହାର ଅଭିନେତା ସୁନିଲ ସେଟ୍ଟି କହିଛନ୍ତି ‘ଧଡକନ’ ସିକ୍ୱୁଏଲରେ କାମ କରିବାର ବୟସ ଅତିକ୍ରମ କରିଗଲାଣି। ତେଣୁ ଏହି ସିକ୍ୱୁଏଲରେ ଯଦି ମୋର ପୁଅ ଓ ଅକ୍ଷୟଙ୍କ ପୁଅଙ୍କୁ ଲିଡ୍ ରୋଲରେ ନିଆଯାଆନ୍ତା ତେବେ ଦର୍ଶକେ ଏହାକୁ ବେଶ୍ ପସନ୍ଦ କରନ୍ତେ। ଏବେ ଶିଳ୍ପାଙ୍କ ଝିଅ ଖୁବ୍ ଛୋଟ ହୋଇଥିବାରୁ ସେ ତାଙ୍କ ନାମ ପ୍ରସ୍ତାବ ଦେଇପାରୁ ନାହାନ୍ତି। ନ ହେଲେ ଶିଳ୍ପାଙ୍କ ଝିଅଙ୍କୁ ମଧ୍ୟ ସୁନିଲ ‘ଧଡକନ’ ର ସିକ୍ୱୁଏଲରେ ଦେଖିବାକୁ ଚାହିଁଥାଆନ୍ତେ ବୋଲି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।
‘ଧଡକନ’ ଫିଲ୍ମରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ ହୋଇଥିଲା ବୋଲି ସୁନିଲ କୁହନ୍ତି। କାରଣ ଏହା ପୂର୍ବରୁ ତାଙ୍କ ଫିଲ୍ମ ଦେଖି ଅନେକ କହୁଥିଲେ ତାଙ୍କୁ ଅଭିନୟ ଜଣା ନାହିଁ ବୋଲି। କିନ୍ତୁ ‘ଧଡକନ’ ତାଙ୍କ କ୍ୟାରିୟରକୁ ବଦଳାଇ ଦେବାସହ ତାଙ୍କ ପାଇଁ ଏକ ନୂଆ ପରିଚୟ ଆଣିଦେଇଥିଲା ବୋଲି ସେ କହିଛନ୍ତି।