ଓଡ଼ିଶା 365 (ବ୍ୟୁରୋ) : ସେୟାର ବଜାରରେ ଲଗାତାର ଧରି ଚାଲିଥିବା ବୃଦ୍ଧିରେ ଲାଗିଲା ବ୍ରେକ। ବୁଧବାର ପ୍ରାରମ୍ଭକ ବାଣିଜ୍ୟ କରବାରରେ ହ୍ରାସ ଦେଖିବାକୁ ମିଳିଛି। ୩୦ ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ ୧୬୭.୭୭ ପଏଣ୍ଟ ହ୍ରାସ ଘଟି ୬୭୦୫୩.୩୬ ପଏଣ୍ଚରେ ପହଞ୍ଚିଛି। ସେହପରି ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଚକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିର ଅଭିବୃଦ୍ଧି ଧାରେ ମଧ୍ୟ ବ୍ରେକ ଲାଗିଛି। ଗତ ସୋମବାର ୨୦୦୦୦ ମାର୍କ ଅତିକ୍ରମ କରି ରେକର୍ଡ କରିଥିବା ନିଫ୍ଟିରେ ଆଜି ୪୯.୧ ପଏଣ୍ଟ ହ୍ରାସ ହେବା ସହ ଏହା ୧୯୯୪୪.୧୦ ପଏଣ୍ଟରେ କରବାର କରିଥିଲା। ସେପଟେ ବୈଶ୍ବିକ ବଜାରରେ କମଜୋରର ପ୍ରଭାବରେ ସେୟାର ବଜାର କାରବାର ହ୍ରାସ ଘଟିଛି ।
ପୂର୍ବରୁ ସେୟାର ବଜାରରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ୨୦୦୦୦ ପଏଣ୍ଟ ଛୁଇଁଲା ନିଫ୍ଟି । ପୂର୍ବ କାରବାର ତୁଳନାରେ ୧୮୦ ପଏଣ୍ଟ ବୃଦ୍ଧି ପାଇ ପ୍ରଥମ ଥର ପାଇଁ ୨୦୦୦୦ ମାର୍କୁ ବୃଦ୍ଧି ପାଇଛି ନିଫ୍ଟି। ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି ୨୧ ମାସ ଧରି ୧୮୦୦୦ ମାର୍କରେ ସ୍କେଲିଙ୍ଗ କରିବା ପରେ ପ୍ରଥମ ଥର ପାଇଁ ୨୦୨୩ ଜୁନ ୨୮ରେ ୧୯୦୦୦ ସ୍ତର ଅତିକ୍ରମ କରିଥିଲା। ତେବେ ଏବେ ୨୦୦୦୦ ମାର୍କ ଅତିକ୍ରମ କରି ସେୟାର ବଜାର କରବାରରେ ରେକର୍ଡ କରିଛି। ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀର ସଫଳତା ପରେ ସୋମବାର ସେୟାର ବଜାର ପ୍ରାରମ୍ଭିକ କାରବାରରେ ଅଭିବୃଦ୍ଧି ଘଟିଥିବାର ଦେଖିବାକୁ ମିଳିଛି। ଉଭୟ ସେନସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ଘଟିଛି । ୩୦ ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ ମଧ୍ୟ ୨୦୬.୬୨ ପଏଣ୍ଟ ଅର୍ଥାତ ୦.୩୧ ପ୍ରତିଶତ ବୃଦ୍ଧି ଘଟି ଏହା ୬୬୮୦୫.୫୨ ପଏଣ୍ଟରେ ପହଞ୍ଚିଥିଲା ।
ବିଏସଇ ସୂଚକାଙ୍କ ସେନସେକ୍ସରେ ଆଇସିଆଇସିଆଇ ବ୍ୟାଙ୍କ, ଟେଟ କଂସଲ୍ଟେନ୍ସି ସର୍ଭିସେଜ, ଏଚ୍ ସି ଏଲ୍ ଟେକ, ଏସିଆନ ପେଣ୍ଟ, ବଜାଜ ଫିନସର୍ଭ ଏବଂ ଇମ୍ଫୋସିସ୍ର ସେୟାର ଗୁଡ଼ିକରେ ହ୍ରାସ ଘଟିଛି । ସେହିପରି ଆଇଟିସି, ପାୱାର ଗ୍ରୀଡ଼ ଏବଂ ଅଲ୍ଟ୍ରାଟେକ ସିମେଣ୍ଟର ସେୟାର ଲାଭରେ କାରବାର କରିଛି । ତେବେ ଅନ୍ୟ ଏସିଆ ବଜାରରେ ଦକ୍ଷିଣ କୋରିଆର କାସ୍ପି, ଚୀନର ସଙ୍ଗାଇ ସମ୍ପୋଜିଟ ଏବମ ହଂକଂର ହ୍ୟାଙ୍ଗସେଙ୍ଗ କ୍ଷତିରେ ରହିଥିଲା । ତେବେ ଜାପାନର ନିକ୍କି ଲାଭରେ କରାବାର କରିଥିଲା ।
ଇଣ୍ଟରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ବୁଧବାର ପ୍ରାରମ୍ଭିକ କରାବାରରେ ଭାରତୀୟ ମୁଦ୍ରା ସୀମିତ ସୀମା ମଧ୍ୟରେ ଥିଲା। ତେବେ ଅଶୋଧିତ ତୈଳ ଏବଂ ଆମେରିକା ମୁଦ୍ରାରେ ମଜଭୁତର ପ୍ରଭାବ ଟଙ୍କା ଉପରେ ପଡ଼ି ନାହିଁ। ତେବେ ଟଙ୍କା ପ୍ରତି ଆମେରିକା ଡଲାର ପିଛା ୮୨.୯୨ରେ ଆରମ୍ଭ ହୋଇଥିଲା। ପରେ ଏହା ପ୍ରତି ଡଲାର ପିଛା ୮୨.୯୫କୁ ଖସିଥିଲା। ମଙ୍ଗଳବାର ଟଙ୍କା ପ୍ରଟି ଡଲାର ପିଛା ୮୨.୯୫ରେ ବନ୍ଦ ହୋଇଥିଲା। ଏହା ମଧ୍ୟରେ ୬ ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକା ଡଲାର ସ୍ଥିତି ସୂଚାଉଥିବା ଡଲାର ସୂଚକାଙ୍କ ୦.୦୫ ପ୍ରତିଶତ ହ୍ରାସ ହେବା ସହ ୧୦୪.୬୫ରେ ରିହିଥିଲା । ବିଶ୍ବ ତୈଳ ମାନକ ଅଶୋଧିତ ତୈଳରେ ୦.୨୧ ପ୍ରତିଶତ ବୃଦ୍ଧି ହେବାସହ ପ୍ରତି ବ୍ୟାରେଲ ପିଛା ୯୨.୨୫ ଡଲାରରେ କରାବାର କରିଥିଲା ।