ଓଡ଼ିଶା 365 (ବ୍ୟୁରୋ):
ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ବଢିବ ଅଡୁଆ। ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ ଠକେଇ ନେଇ ଗୋବିନ୍ଦାଙ୍କୁ
ଜେରା କରିବ EOW
। ଏକ ହଜାର କୋଟି ଅନ୍ଲାଇନ୍ ପଞ୍ଜି
ସ୍କାମ୍ ମାମଲାରେ ସୋଲାର ଟେକ୍ନୋଲଜି ଆଲିଆନ୍ସ(STA) ଲୋକଙ୍କ
ଠାରୁ ଲୁଟ୍ କରିବା ଘଟଣାରେ ଗୋବିନ୍ଦାଙ୍କୁ
ଜେରା କରାଯିବ । ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଗୋବିନ୍ଦା ହୋଇଥିବା ବେଳେ ପୁଞ୍ଜି ନିବେଶ
ପାଇଁ ସେ ଲୋକଙ୍କୁ ଉସକାଇଥିବା ଅଭିଯୋଗ ହୋଇଛି । ତେଣୁ କ୍ରାଇମବ୍ରାଞ୍ଚ EOW ଗୋବିନ୍ଦାଙ୍କୁ ସମନ କରି ଭୁବନେଶ୍ୱର
ଡାକିପାରେ ନଚେତ ମୁମ୍ବାଇ ଯାଇ ତାଙ୍କୁ ଜେରା କରିପାରେ ବୋଲି ଜଣାଯାଇଛି ।
ସୂଚନାଯୋଗ୍ୟ, ୨୦୨୧ରେଲଞ୍ଚ ହୋଇଥିଲା ସୋଲାର ଟେକ୍ନୋଲଜି ଆଲିଆନ୍ସ । କିଛି ମାସ ପୂର୍ବେ
ଗୋଆରେ ହୋଇଥିବା ଏହି କମ୍ପାନିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୋବିନ୍ଦା ।
କାର୍ଯ୍ୟକ୍ରମରେ ସାମିଲ ହୋଇ ଗୋବିନ୍ଦା STA ରେ
ଟଙ୍କା ବିନିଯୋଗ କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ । ଫଳରେ ଗୋବିନ୍ଦାଙ୍କ କଥାକୁ ବିଶ୍ୱାସ
କରି ବହୁ ସଂଖ୍ୟାରେ ଲୋକେ ଏହି କମ୍ପାନୀରେ ପ୍ରାୟ ହଜାରେ କୋଟିରୁ ଊର୍ଦ୍ଧ୍ୱ ବିନିଯୋଗ କରିଥିବା
ଜଣାଯାଇଛି । ପରେ ତଦନ୍ତରୁ ଏହି କମ୍ପାନୀ ଆରବିଆଇ ଗାଇଡଲାଇନ୍ ଉଲ୍ଲଘଂନ କରିଥିବା ଜଣାପଡ଼ିଥିଲା
। ଏପରିକି କ୍ରିପ୍ଟୋ କରେନ୍ସି ଜରିଆରେ କମ୍ପାନୀ ଠକେଇ କରୁଥିବା ଜଣାପଡ଼ିଲା । ଏନେଇ ଭୁବନେଶ୍ୱର
EOW ରେ ବି ବହୁ ଅଭିଯୋଗ ହେବା ପରେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି ।
ତେଣୁ ଏହି କମ୍ପାନୀରେ ଗୋବିନ୍ଦା ଭୂମିକା କଣ ଥିଲା, ତାହାର
ଖୋଳତାଡ଼ କରିବ EOW ।