ଓଡ଼ିଶା 365 (ବ୍ୟୁରୋ): ଭିଜିଲାନ୍ସ ଜାଲରେ ପୂର୍ବତନ ତହସିଲଦାର ସଂଗ୍ରାମ କେଶରୀ ଜେନା। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଖୋର୍ଧା ଜିଲ୍ଲାର ବାଲୁଗାଁ, ଟାଙ୍ଗୀ ଓ ବାଣପୁର ସମେତ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି । ବାଲୁଗାଁ ଜେନା କଲୋନୀରେ ଥିବା ତିନି ମହଲା ଘର, ଟାଙ୍ଗୀ ହରିପୁରରେ ଥିବା ଘର , ଖୋର୍ଦ୍ଧା ବାଣପୁରରେ ଥିବା ତିନୋଟି ପ୍ଲଟ ସହିତ ବାଲୁଗାଁ ଚୁଡା ମିଲ ନିକଟରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ପୂର୍ବରୁ ବୁଗୁଡ଼ା ତହସିଲଦାର ଥିଲେ ସଂଗ୍ରାମ କେଶରୀ ଜେନା । ଏବେ ସଂଗ୍ରାମ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ଅଛନ୍ତି
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସଂଗ୍ରାମ କେଶରୀ ଜେନାଙ୍କ ଘରେ ରେଡ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ଆଧାରରେ ଏକକାଳୀନ ଚାରିଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ।