ଓଡ଼ିଶା 365 (ବ୍ୟୁରୋ) : ଗୁଜୁରାତି ଚୋବାଇଲେ ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବା ସହ ଗଳା ଦରଜ ବି ଦୂର କରିଥାଏ । ଏଥିସହିତ ଗୁଜୁରାତିକୁ ରାତିସାରା ଭିଜାଇ ସକାଳୁ ଚୋବାଇ ତାହାକୁ ପାକୁଳିଲେ ଆରାମ ଲାଗିଥାଏ । ଆଉ ଏକ ଉପଚାର ହେଉଛି ଯେ, ରାତିରେ ଶୋଇଲା ସମୟରେ ପାଟି ଭିତରେ ଅସଲି ଘିଅ ଲଗାଇ ଶୁଅନ୍ତୁ । ଏଭଳି କରିବା ଦ୍ୱାରା ପାଟି ଘା’ ଠିକ ହୋଇଥାଏ । ଅଁଳାକୁ ଶିଝାଇ ଏହାର ଏକ ପେଷ୍ଟକରି ପାଟି ଘା’ ଜାଗାରେ ଲଗାଇଲେ ଏଥିରୁ ଅଳ୍ପ ସମୟରେ ରକ୍ଷା ମିଳିଥାଏ । ଯଦି ତୁଣ୍ଡ ଘା’ ପାଟିର ଚାରିପଟେ ହୋଇଯାଏ, ତେବେ ପାଟିରୁ ରକ୍ତ ବି ବାହାରି ଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ହିଁ ଭଲ । ମହୁ ରେ କଦଳୀ ମିଶାଇ ତୁଣ୍ଡ ଘା’ ରେ ଲଗାଇଲେ ଏଥିରୁ ଉପଶମ ମିଳିଥାଏ ।
ଆପଣ ପ୍ରତ୍ୟେକ ଦିନ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ସହିତ ଯଦି ନିଜ ପାଟିର ପ୍ରପର ଯତ୍ନ ନେବେ ତେବେ ଆପଣକୁ ତୁଣ୍ଡ ଘା’ ହେବା ନାହିଁ । ତାହା ସହିତ ଆପଣ କେବେ କୌଣସି ନିଶା ଦ୍ରବ୍ୟ ଯଥା -ପାନ, ବିଡି, ସିଗାରେଟ ଆଦି ଖରାପ ଅଭ୍ୟାସ କରନ୍ତୁ ନାହିଁ, ଏହିପରି କଲେ ମଧ୍ୟ ଆପଣକୁ ତୁଣ୍ଡ ଘା’ ହୋଇନଥାଏ । ପ୍ରକାଶ ଥାଉ ଯେ, ଆମର ଖାଦ୍ୟର ଅଭାବ କାରଣରୁ ଅର୍ଥାତ ଉପଯୁକ୍ତ ଭିଟାମିନ ଜାତୀୟ ଖାଦ୍ୟ ନଖାଇଲେ ମଧ୍ୟ ତୁଣ୍ଡ ଘା’ ପରି ସମସ୍ୟା ଦେଖାଯାଏ । ପ୍ରାୟତ ଶୀତ ଋତୁ ରେ ତୁଣ୍ଡ ଘା’ ସହିତ ଓଠ ଫାଟିବା ମଧ୍ଯ ଲୋକଙ୍କର ଏକ ସମସ୍ୟା ପାଲଟିଯାଏ । ଶରୀରରେ ଜଳୀୟଅଂଶ ଅଭାବ ହେଲେ ଓଠ ଫାଟିବା ସହିତ ଚର୍ମ ଶୁଷ୍କ ରହେ ।
ବାସ୍ତବରେ ମଧ୍ୟ ଶୀତ ଆସିବା ମାତ୍ରେ ଆମେ ଜଳ ବ୍ୟବହାରକୁ ହ୍ରାସ କରିଥାଉ, ଯେଉଁ କାରଣରୁ ଶୀତଦିନେ ଶୁଖିଲା ଚର୍ମ ଏବଂ ଶୁଖିଲା ଓଠରେ ସମସ୍ୟା ଦେଖାଯାଏ । ଜାଣି ରଖନ୍ତୁ ଯେ, ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ସୋରିଷ ତେଲ ନିୟମିତ ମାଲିସ୍ କରିବା ତ୍ୱଚା ପାଇଁ ବେଶ ଲାଭଦାୟକ । କେଶରେ ଯଦି କୌଣସି କେମିକାଲ ଟ୍ରିଟମେଂଟ୍ କରିଥାନ୍ତି, ତେବେ କେଶ ଝଡିବା ସମସ୍ୟା ଦେଖାଯାଇଥାଏ । ଏପରି ସମସ୍ୟା ଦେଖାଦେଉଥିଲେ ସୋରିଷ ତେଲରେ ମେଥିଗୁଣ୍ଡ ମିଶାଇ, କେଶରେ ପ୍ୟାକ୍ ଭଳି ଲଗାଇ କିଛି ସମୟ ରଖିବା ପରେ ସାମ୍ପୁ କରି କେଶ ଧୋଇ ଦିଅନ୍ତୁ । ଏହି ସମସ୍ଯାରୁ ମୁକ୍ତି ମିଳିବ ।