ଓଡ଼ିଶା 365 (ବ୍ୟୁରୋ) : ସନାତନ ଧର୍ମକୁ ବିଲୁପ୍ତ କରିବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆର ସୃଷ୍ଟି ହୋଇଛି । ଅହଙ୍କାରୀ ମେଣ୍ଟ ‘ସନାତନ ଧର୍ମ’ ନଷ୍ଟ କରିଦେବାକୁ ଚାହାଁନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି ବିରୋଧୀ ମେଣ୍ଟକୁ କଡ଼ା ସମାଲୋଚନା କରି କହିଛନ୍ତି, ଅଳ୍ପ କେତେକ ସଂଗଠନ ଦେଶ ଓ ସମାଜକୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଛନ୍ତି । ଏହାସହ ‘ଇଣ୍ଡିଆ ମେଣ୍ଟ’ ସନାତନ ଧର୍ମ, ଓ ଦେଶର ସଂସ୍କୃତି ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ମୋଦି କହିଛନ୍ତି ।
ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ଆୟୋଜିତ ଏକ ରାଲିରେ ଉଦ୍ବୋଧନ ଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ।ମୋଦି ଆହୁରି କହିଛନ୍ତି, ସନାତନ ଧର୍ମକୁ ବିଲୁପ୍ତ କରି ବିରୋଧୀମାନେ ଦେଶକୁ ୧୦୦୦ ବର୍ଷ ତଳର ଦାସତ୍ବ ଆଡ଼କୁ ଫେରାଇ ନେବାକୁ ଚାହୁଁଛନ୍ତି। ‘ଡିଏମ୍କେ’ ନେତା ଉଦୟନିଧି ଷ୍ଟାଲିନ୍ ‘ସନାତନ ଧର୍ମ’ ଉପରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପ୍ରଥମ କରି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।