ଓଡ଼ିଶା 365 (ବ୍ୟୁରୋ) : ହିନ୍ଦୁ ଧର୍ମର ମାନ୍ୟତାନୁସାରେ ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି। ବିଶ୍ୱାସ ରହିଛି କି ଶୁକ୍ରବାର ଶ୍ରଦ୍ଧା ଏବଂ ଶୁଦ୍ଧ ମନରେ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସୁଖ-ଶାନ୍ତି ଓ ଧନର ଅଭାବ ହୋଇନଥାଏ ।
ଏହା ବ୍ୟତୀତ ଘରର ମହିଳାମାନଙ୍କୁ ମଧ୍ୟ ଲକ୍ଷ୍ମୀଙ୍କ ଉପାଧି ଦିଆଯାଇଥାଏ । ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ କରାଯାଏ ସେଠାରେ ସ୍ୱୟଂ ମା ଲକ୍ଷ୍ମୀ ବିରାଜମାନ କରିଥାନ୍ତି ।
ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ସଧବା ମହିଳାମାନେ ଶୁକ୍ରବାର ମାତା ଲକ୍ଷ୍ମୀ ପୂଜା କରିବା ଦ୍ୱାରା ତାଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ ।
ଶୁକ୍ରବାର କଳା ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଦ୍ୱାରା ଧନ ସମ୍ବନ୍ଧୀୟ ବାଧା ଦୂର ହୋଇଥାଏ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଘରେ ସୁଖ-ଶାନ୍ତି ଏବଂ ସମ୍ପନ୍ନତା ବଳବତ୍ତର ରଖିବା ପାଇଁ ହେଲେ କଦାପି ଅନ୍ନର ଅପମାନ କରନ୍ତୁ ନାହିଁ । ଶୁକ୍ରବାର ଗରିବକୁ ଅନ୍ନ ଦାନ କରନ୍ତୁ । ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ ।
ଶୁକ୍ରବାର ଘର ସଫା ସୁତୁରା କରି ଗଙ୍ଗା ଜଳ ଛିଞ୍ଚନ୍ତୁ। ସନ୍ଧ୍ୟାରେ ଘର ବାହାରେ ଘିଅ ଦୀପ ଜଳାନ୍ତୁ। ଏଭଳି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିବ । ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ଲାଲ ବିନ୍ଦି, ଚୁନେରୀ, ଚୁଡି ଅର୍ପଣ କରିବା ଉଚିତ୍ । ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ହେବା ସହ ପତି ଦୀର୍ଘାୟୁ ହୋଇଥାନ୍ତି । ସେହିପରି ଶୁକ୍ରବାର ଦିନ ମନି ପ୍ଲାଣ୍ଟ ମୂଳରେ କଞ୍ଚା କ୍ଷୀର ସହିତ ମିଶ୍ରିତ ପାଣି ଦିଅନ୍ତୁ । ଏହି ଦିନ ମନି ପ୍ଲାଣ୍ଟରେ ଏକ ଲାଲ ରଙ୍ଗର ସୂତା ବାନ୍ଧନ୍ତୁ । ଏହି କାରଣରୁ, ସକାରାତ୍ମକ ଶକ୍ତି ଘରେ ରହିଥାଏ ଓ ଦ୍ରୁତ ଗତିରେ ଅର୍ଥ ଆଗମନ ହୋଇଥାଏ । ଏହି ପ୍ରତିକାର କରିବା ପୂର୍ବରୁ ଶୁକ୍ରବାର ସକାଳେ ଗାଧୋଇବା ପରେ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହା ପରେ ଏକ ଘିଅ ଦୀପ ଜାଳନ୍ତୁ ଏବଂ ମାଆ ଲକ୍ଷ୍ମୀଙ୍କ ପାଦରେ ଏକ ଲାଲ ରଙ୍ଗର ସୂତା ପ୍ରଦାନ କରନ୍ତୁ । ଏହି ସୂତାରେ ସିନ୍ଦୂର ଲଗାନ୍ତୁ । ଏହା ପରେ, ଏହି ସୂତାକୁ ମନି ପ୍ଲାଣ୍ଟର ଉପର ଅଂଶରେ ବାନ୍ଧନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶ୍ରୀ ଯନ୍ତ୍ର, ଅଷ୍ଟ ଗନ୍ଧ ଓ ଅଷ୍ଟ ଲକ୍ଷ୍ମୀଙ୍କୁ ତିଳକ ଲଗାନ୍ତୁ । ବିଶ୍ୱାସ ରହିଛି ଯେ, ଏହି ଉପାୟ କରିବା ଦ୍ବାରା ଜୀବନ ସୁଖମୟ ହେବା ସହ ଲାଗି ରହିଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ।