ଓଡ଼ିଶା 365 (ବ୍ୟୁରୋ) : ଆଜିକାଲି ଖାଲି ଯୁବକ, ଯୁବତୀ ନୁହଁନ୍ତି ବରଂ ରାତିରେ ଭଲ ଭାବରେ ନିଦ ନହେବା, ଏହି ଲକ୍ଷଣ ପ୍ରାୟତ ଅଧିକାଅଶଂ ଲୋକଙ୍କ ନିକଟରେ ଦେଖିବାକୁ ମିଳିଛି । ଡାକ୍ତରଙ୍କ କହିବା ମୁତାବକ ରାତିରେ ନିଦ ନହେବା, ହାଲୁକାରେ ନେବା ଉଚିତ୍ ନୁହେଁ । ଯଦିଓ ବର୍ତ୍ତମାନ ସମୟରେ ଟେକ୍କୋଲୋଜି ଲୋକଙ୍କ କାମକୁ ସରଳ କରିଛି ସତ କିନ୍ତୁ ଅଧିକ ବ୍ୟସ୍ଥତା ଭିତରକୁ ବି ଟାଣିନେଇଛି । ହଁ ଆଜ୍ଞା ଯଦି କେହି ଜଲଦି ଶୋଇବା ଚାହିଁଲେ ଫୋନ୍ ଓ ଲାପଟପ୍ ଶୋଇବାକୁ ଦିଅନ୍ତି ନାହିଁ, ଯେମିତି ସେମିତି ହେଉ ଡେରି ରାତିରେ ଶୋଇବାକୁ ଚେଷ୍ଟା କରିଥାଏ , ତାପରେ ଯଦି ଅଚାନକ ନିଦ ଭାଙ୍ଗିଯାଏ ତେବେ ରାଗ ଆସିଯାଏ , ତାପରେ ଥରେ ନିଦ ଭାଙ୍ଗିଗଲେ ତେବେ ଆଉଥରେ ନିଦ ଆସିବା ମୁସକିଲ୍ ହୋଇଯାଇଥାଏ । ନିଦ ଭଲରେ ନହେଲେ ସ୍ୱାସ୍ଥ୍ୟ ସଂବନ୍ଧି ସମସ୍ୟାମାନ ହୋଇପାରେ । ସେମିତି ନିଦ ଭାଙ୍ଗିଯିବା କେଉଁ ବଡ କଥା ନୁହେଁ କିନ୍ତୁ ଯଦି ନିଦ ସବୁଦିନ ଏକ ନିଶ୍ଚିତ ସମୟରେ ଖୋଲିଯାଏ , ଏହାକୁ ହାଲକାରେ ନେବା ଉଚିତ୍ ମଧ୍ୟ ନୁହେଁ । କାରଣ ଏହା କୌଣସି ସାଧାରଣ କଥା ନୁହେଁ । ବିଶେଷଜ୍ଞଙ୍କ ଅନୁସାରେ ଏହାର ପଛରେ କାରଣ ରହିଛି । ତେବେ ଜାଣନ୍ତୁ ପୁରା କାରଣଟି କଣ କିଛି ଲୋକଙ୍କୁ ରାତିରେ ଜଲଦି ଶୋଇଯିବାର ଅଭ୍ୟାସ ହୋଇଥାଏ । ଯଦି ଆପଣ ବି ସେହି ଲୋକଙ୍କ ମଧ୍ୟରୁ ଅଛନ୍ତି, ତେବେ ଆପଣଙ୍କ ନିଦ ବି ୯ ଟାରୁ ୧୦ ମଧ୍ୟରେ ଖୋଲିଯାଏ , ତେବେ ଏହାର କାରଣ ଆପଣ ମାନସିକ ରୁପେ ଚିନ୍ତାରେ ଅଛନ୍ତି ।
ଯଦି ଆପଣଙ୍କ ନିଦ ରାତି ୧୧ ଟାରୁ ୧ ଟା ମଧ୍ୟରେ ଖୋଲିଯାଏ ତେବେ ଏହାର କାରଣ ହୋଇଥାଏ କି ଆପଣଙ୍କ ମନରେ କିଛି ହେଉଛି, ଯାହାର କାରଣରୁ ନିଦ ଆପଣଙ୍କୁ ହେଉନି । ରାତି ୧ ରୁ ୩ ଟା ମଧ୍ୟରେ ନିଦ ଭାଙ୍ଗିଯିବା ମତଲବ ହୋଇଥାଏ କି ଆପଣଙ୍କ ମନରେ କେଉଁଠି କେଉଁ ଜିନିଷ ପ୍ରତି ରାଗ ରହିଛି, ଏହି ରାଗ ଆପଣଙ୍କ ନିଦରେ ବାଧା ବନାଇବା ଛଡା ଆପଣଙ୍କ ସ୍ୱାସ୍ଥ୍ୟ ସଂବନ୍ଧୀ ଚିନ୍ତା ବି ଦେଇପାରେ । ଆଉ ଚିନ୍ତା ରକ୍ତଚାପ ଭଳି ରୋଗକୁ ଆମନ୍ତ୍ରଣ କରିଥାଏ ।ଯଦି ଆପଣଙ୍କ ନିଦ ସକାଳ ୫ ଟାରୁ ୭ ଟା ମଧ୍ୟରେ ଭାଙ୍ଗିଯାଏ, ତେବେ ଏହାର କାରଣ ହୋଇଥାଏ କି ଆପଣଙ୍କ ମନରେ କିଛି ଭାବନା ଅଛି, ଯାହା ଆପଣଙ୍କୁ ଶୋଇବାକୁ ଦେଉନି ।କିନ୍ତୁ ଆପଣଙ୍କୁ କହିଦେବୁ କି ଦୁନିଆଁରେ ଯଦି ଆପଣଙ୍କ ସମସ୍ୟା ଅଛି ତେବେ ସବୁ ସମସ୍ୟାର ସମାଧାନ ଅଛି ତେବେ କିଛି ପ୍ରକିୟା ଅଛି ଯାହାକୁ ଆପଣ କରିପାରିବେ ।
ଚେରିରେ ପ୍ରଚୁର ମାତ୍ରାରେ ମେଲାଟୋନିନ୍ ମିଳିଥାଏ, ଯାହା ଶରୀରରେ ଆନ୍ତରିକ ଚକ୍ରକୁ ନିୟମିତ କରିବାରେ ସାହାଯ୍ୟକରେ, ଏକ୍ସପର୍ଟଙ୍କ ଅନୁସାରେ ଶୋଇବାପୁର୍ବରୁ ଏକ ମୁଠା ଚେରିର ସେବନ କରିଲେ ଗଭୀର ନିଦ ନେବାରେ ସାହାଯ୍ୟ କରିଥାଏ, ଚେରି ନ ମିଳିଲେ ଆପଣ ଚେରୀର ଜୁସ୍ କିମ୍ବା ଫ୍ରୋଜନ୍ ଚେରି ବି ସେବନ କରିପାରିବେ ।
କ୍ଷୀରରେ ଓ କ୍ୟାଲସିୟମ୍ ମିଳିଥାଏ, ରାତିକୁ ଶୋଇବା ପୁର୍ବକୁ ଏକ ଗିଲାସ କ୍ଷୀର ପିଇଲେ ଆପଣଙ୍କୁ ନିଦ ଭଲ ଆସିବ , ତାହା ସହ ଏହା ଆପଣଙ୍କ ଚିନ୍ତା ବି ଦୁର୍ କରିବ ।
କଦଳୀରେ ମାଗ୍ନେସିୟମ୍ ଓ ପୋଟାସିୟମ୍ ମିଳିଥାଏ , ଯାହା ଭଲ ନିଦ ଆଣିବାରେ ସାହାଯ୍ୟ କରିଥାଏ, ଏଥିରେ ଭିଟାମିନ୍ ବି ୬ ବି ମିଳିଥାଏ, ଯାହା ଶୋଇବା ସହ ଯୋଡି ହୋଇଥିବା ହାର୍ମୋନ୍ ପ୍ରବାହକୁ ସହାୟତା କରିଥାଏ । ରାତିରେ ଶୋଇବାପୁର୍ବରୁ ତଳପାଦରେ ସୋରିଷର ତେଲ ମାଲିସ୍ କରିଲେ ଦିମାଗ୍ ଶାନ୍ତ ହୋଇଯାଏ , ତାହା ସହ ଭଲ ନିଦ ବି ଆସିଯାଏ ।