ଓଡ଼ିଶା 365 (ବ୍ୟୁରୋ) : ଏଡିଏଚଡି ଏଭଳି ଏକ ରୋଗ, ଯାହା ଛୋଟ ଛୁଆଙ୍କ ଠାରେ ଦେଖିବାକୁ ମିଳିଥାଏ । ପିଲାଙ୍କ ଠାରେ ଏହି ରୋଗ ସେହି ସମୟରେ ଆରମ୍ଭ ହୋଇଥାଏ, ଯେଉଁ ସମୟରେ ଗର୍ଭବତୀ ମା’ଙ୍କଠାରେ ଭିଟାମିନ୍ କମ୍ ହୋଇଥାଏ । ଏହି ରୋଗକୁ ଆଟେନସନ୍ ଡିସଅର୍ଡର ବୋଲି କୁହାଯାଇଥାଏ । ଯେଉଁଥି ପାଇଁ ଛୁଆଟି ଯେକୌଣସି କାରଣ ଲାଗି ହାଇପରଆକ୍ଟିଭିଟି ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ମହିଳାମାନେ ଭିଟାମିନ୍ ଡି ଅଭାବରୁ ରକ୍ଷା ପାଇବା ପାଇଁ କେଉଁ କେଉଁ ଜିନିଷ ପ୍ରତି ଧ୍ୟାନ ରଖିବା ଉଚିତ୍ । ତେବେ ପିଲାଙ୍କଠାରେ ଏହି ଏଡିଏଚଡ ରୋଗର ଲକ୍ଷ୍ୟଣ ବହୁତ ଶୀଘ୍ର ଚିଡିଯିବା, କୌଣସି ଜିନିଷ ପ୍ରତି ଧ୍ୟାନ ନରହିବା, ମନ ପରିବର୍ତ୍ତନ ହେବ, ଆବଶ୍ୟକତା ଠାରୁ ଅଧିକ ସକ୍ରିୟ ରହିବା,ଏକାସଙ୍ଗରେ ଭିନ୍ନ ଭିନ୍ନ କାମ କରିବା ପାଇଁ ମନ ବଳାଇବା, ନିୟନ୍ତ୍ରଣରେ ନରହିବା
ତେବେ ଭିଟାମିନ୍ ଡି ଅଭାବକୁ କିପରି କରିବେ ପୂରଣ ନିୟମିତ ଖୀର ପିଅନ୍ତୁ, ପ୍ରତ୍ୟେକଦିନ ଗର୍ଭବତି ମହିଳା ବା ମା’ ମାନଙ୍କୁ ୨ ଗ୍ଲାସ ଖୀର ପିଇବା ଉଚିତ୍ । ଖୀର ପିଇବା ଦ୍ୱାରା ମା’ ଏବଂ ଛୁଆ ଉଭୟଙ୍କର ହାଡ ମଜବୁତ ହେବ, ଛୁଆର ମସ୍ତିସ୍କ ଏବଂ ଶାରିରୀକ ବିକାଶ ମଧ୍ୟ ହେବ । ଦହି ସେବନ କରନ୍ତୁ ଖୀର ସମେତ ଗୋଟେ ଗିନା ଦହି ବି ମହିଳାଙ୍କ ପାଇଁ ବହୁତ ଜରୁରୀ । ମାତ୍ର ସବୁବେଳେ ଦହିକୁ ସକାଳେ ଖାଲି ପେଟରେ କିମ୍ବା ମଧ୍ୟାହ୍ନ ଭୋଜନ ସମୟରେ ହିଁ ଖାଆନ୍ତୁ ।
ଭିଟାମିନ୍ ସି ଯୁକ୍ତ ଫଳ ବି ଶରୀରରେ ଭିଡାମିନ୍ ଡି ଅଭାବକୁ ପୁରଣ କରିଥାଏ । ଦଲିଆ ଏକ ପୂର୍ଣ୍ଣ ଆହର । ଏହାକୁ ସେବନ କରିବା ଦ୍ୱାରା ମା’ଙ୍କ ଶରୀରକୁ ଶକ୍ତି ଏବଂ ଛୁଆକୁ ଭରପୁର ମାତ୍ରାରେ ଭିଟାମିନ୍ ଡି ମିଳିଥାଏ । ଦଲିଆରେ ଆପଣ ଭିଟାମିନ୍ ସି ଯୁକ୍ତି ପରିବା ପକାଇପାରିବେ । ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ ଡି ରହିଛି । ଛତୁ ବ୍ୟତିତ ଅଣ୍ଡା, ମାଛ ଏବଂ ଚିକେନ ବି ଭିଟାମିନ୍ ଡି ର ଅଭାବକୁ ପୁରଣ କରିପାରିବ ।