ଓଡ଼ିଶା 365 (ବ୍ୟୁରୋ) : ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହାସହ ଘଟଣାରେ ମୋଟ ୪ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନ ମାନେ ସେନାର ଜଣେ କର୍ନେଲ, ଜଣେ ମେଜର ଏବଂ ଜଣେ ଡିଏସ୍ପି ସହିଦ ଏବଂ ଆଉ ଜଣେ ଯବାନ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ୪ । ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର (କର୍ନେଲ୍), ଜଣେ ମେଜର ଏବଂ ଜମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍ପି ସହିଦ ହୋଇଯାଇଛନ୍ତି। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଏବେ ବି ଜାରି ରହିଛି। ସହିଦ କର୍ନେଲଙ୍କ ନାଁ ମନପ୍ରୀତ ସିଂହ ଏବଂ ମେଜରଙ୍କ ନାଁ ଆଶିଷ। ଜମ୍ମୁ କାଶ୍ମୀର ପୁଲିସ ଡିଏସ୍ପି ହୁମାୟୁନ ଭଟ୍ଟ ମଧ୍ୟ ଗୁଳିମାଡ଼ରେ ସହିଦ ହୋଇଯାଇଛନ୍ତି। ଅପରେସନ୍ କାର୍ଯ୍ୟ ତଦାରଖ ପାଇଁ ଆଜି ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ ଏବଂ କାଶ୍ମୀର ଏଡିଜିପି ବିଜୟ କୁମାର ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାପାଇଁ ତସ୍କର-ଏ-ତଇବା ଆତଙ୍କି ସଂଗଠନ ନିଜକୁ ଦାୟି କରିଛି ।