ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସୋନାକ୍ଷୀ ସିହ୍ନା। ବଲିଉଡର ଜଣେ ଆଗ ଧାଡ଼ିର ନାୟିକା ସୋନାକ୍ଷୀ । ନିଜ ଅଭିନୟ ଜାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି ସୋନାକ୍ଷୀ । ଷ୍ଟାଇଲିସ୍ ଲୁକରେ ଫ୍ୟାନ୍ସ୍ ମାନଙ୍କୁ ଦିୱାନା କରିଥାନ୍ତି ଏହି ବଲିଉଡ ସୁନ୍ଦରୀ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସୋନାକ୍ଷୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁବେଳେ ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥାଆନ୍ତି, ହେଲେ ଏଥର ସୋନାକ୍ଷୀ କୌଣସି ଫିଲ୍ମକୁ ନେଇ ଚର୍ଚ୍ଚାର ପରିସରକୁ ଆସିନାହାଁନ୍ତି ବରଂ ସେ ତାଙ୍କ ନୂଆ ଘରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଖବର ଆସିଥିଲା ଯେ ଅଭିନେତ୍ରୀ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଅର୍ଥାତ୍ ଆଲିଶାନ ଆପାର୍ଟମେଣ୍ଟର ମାଲିକାଣୀ ହୋଇଛନ୍ତି ସୋନାକ୍ଷୀ ସିହ୍ନା । ତାଙ୍କର ଏହି ସମୁଦ୍ର ମୁହାଁ ଫ୍ଲାଟ ଅତ୍ୟନ୍ତ ବିଳାସପୂର୍ଣ୍ଣ । ସବୁଠୁ ବଡ କଥା ହେଉଛି ତାଙ୍କ ଫ୍ଲାଟ କୋଠାର ଉପର ମହଲାରେ ଅବସ୍ଥିତ। କ’ଣ ଆପଣ ଜାଣନ୍ତି ସୋନାକ୍ଷୀ କେଉଁ ସ୍ଥାନରେ ଫ୍ଲାଟ କିଣିଛନ୍ତି ଏବଂ ଏହାର ଦାମ୍ କେତେ ?
ଖବର ମୁତାବକ, ସୋନକ୍ଷୀ ସିହ୍ନାଙ୍କ ଏହି ଫ୍ଲାଟ ବାନ୍ଦ୍ରା କେସି ରୋଡ ନିକଟରେ ଅବସ୍ଥିତ। ୮୧ ଓରିୟଟ ବିଲଡିଂର ୨୬ତମ ମହଲାରେ ଅଛି । ଏହା ୨୨୦୮.୭୭ ବର୍ଗଫୁଟର ଫ୍ଲାଟ ବୋଲି କୁହାଯାଉଛି । ବିଳାସପୂର୍ଣ୍ଣ ସାମଗ୍ରୀ ସହିତ ସଜ୍ଜିତ ଏହି ଆପାର୍ଟମେଣ୍ଟର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ବୋଲି କୁହାଯାଉଛି ।ସୋନାକ୍ଷୀ ସିହ୍ନା ଅଗଷ୍ଟ ୨୦୨୩ରେ ତାଙ୍କର ନୂଆ ଫ୍ଲାଟ ପଞ୍ଜିକୃତ କରିଥିଲେ। ଏହାସହ ସେ ଷ୍ଟାମ୍ପ ଡ୍ୟୁଟି ୫୫ ଲକ୍ଷ ଟଙ୍କା ଦେଇଛନ୍ତି । ଅଭିନେତ୍ରୀଙ୍କ ଏହି ଘରେ ଲବି, ଟଏଲେଟ୍ ଏବଂ ଏୟାର ହ୍ୟାଣ୍ଡଲିଂ ୟୁନିଟ୍ ଭଳି ଅନେକ ସୁବିଧା ରହିଛି । ଏହା ବ୍ୟତୀତ ସୋନାକ୍ଷୀ ବିଲଡିଂରେ ୪ ଟି କାର ପାର୍କିଂ ମଧ୍ୟ ପାଇଛନ୍ତି।
ସେପଟେ ନୂଆ ଘର ବିଷୟରେ ବର୍ତ୍ତମାନ ସୋନାକ୍ଷୀ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି। ହେଲେ ସୋସିଆଲ ମିଡିଆରେ ସୋନାକ୍ଷୀଙ୍କ ଘରର ଫଟୋ ବେଶ୍ ଭାଇରାଳ ହେବାରେ ଲାଗିଛି । ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ନୂଆ ଘର ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।