ଓଡ଼ିଶା 365 (ବ୍ୟୁରୋ) : ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳ। ସାଧାରଣତ ଓଡ଼ିଆଙ୍କ ଘରେ ରାତିରେ ଯଦି ଭାତ ବଳିପଡ଼େ ଅଥବା ପରଦିନ ପଖାଳ ଖାଇବା ପାଇଁ ଇଛା ହୋଇଥାଏ ତେବ ପଖାଳ ପାଇଁ ହାଣ୍ଡିରେ ଅଧିକ ଚାଉଳ ପଡ଼ିଥାଏ । ଖାଲି ସେତିକି ନୁହେଁ ବରଂ ରାଜ୍ୟରେ ପଖାଳ ପାଇଁ ଏକ ସ୍ୱତନ୍ତ୍ର ଦିନକୁ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ । ତେବ ଏହାର ପ୍ରଭାବ ଖାଲି ରାଜ୍ୟରେ ନୁହେଁ ବରଂ ରାଜ୍ୟ ବାହାରେ ଦେଖିବାକୁ ମିଳିଛି । ନିକଟରେ ବାସି ଭାତକୁ ନେଇ ଆସାମର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣା କରାଯଇଥିଲା । ସେଥିରୁ ଏକଥା ସ୍ପଷ୍ଟ ହୋଇଛି।ବାସି ଭାତକୁ ରାତି ସାରା ପାଣିରେ ଭିଜାଇ ରଖି ଖାଇଲେ ତାହା ଖୁବ୍ ଲାଭଦାୟକ। ଅର୍ଥାତ୍ ଏହାକୁ ଆମେ ପଖାଳ ଭାତ ଭାବେ ଗ୍ରହଣ କରିଥାଉ।
ଆମେ ଯେତେବେଳେ ଭାତ ରାନ୍ଧିଥାଉ,ସେଥିରେ ଆଇରନ୍ର ମାତ୍ରା ୩.୪ ମିଲିଗ୍ରାମ୍ ଥାଏ।ଯଦି ସମାନ ପରିମାଣର ଚାଉଳକୁ ରାତିସାରା ଭିଜାଇ ରଖାଯାଏ,ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ୍ ହୋଇଯାଏ । ଠିକ୍ ସେହିପରି ଏଥିରେ ସୋଡିଅମ୍,ପୋଟାସିଅମ୍ ଓ କାଲସିଅମ୍ର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ।ପଖାଳ ଭାତରେ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ,ଦେହରେ ସ୍ଫୂର୍ତ୍ତି ଆସିବାସାଙ୍ଗକୁ ପେଟରେ ଅଲସର୍ର ସମସ୍ୟା ଥିଲେ,ତାହାମଧ୍ୟ ଦୂରୀଭୂତ ହୋଇଥାଏ । ଯଦି ଜଣେ ଗର୍ଭବତୀ ମହିଳାଙ୍କର ପେଟରେ ଯାଆଁଳା ଶିଶୁ ଥାଏ, ତେବେ ରକ୍ତସ୍ରାବ ଓ ଦାଗ ପରି ସେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏ ବିଷୟରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ବ୍ରାଉନ୍ କିମ୍ବା ଗୋଲାପୀ ଦାଗ ସ୍ୱାଭାବିକ । ଯଦି ଜ୍ୱର ଓ ଲାଲ ରକ୍ତ ଦାଗ ସହିତ ରକ୍ତସ୍ରାବ ହୁଏ ନାହିଁ, ତେବେ ଭୟ କରିବାର ଆବଶ୍ୟକତା ନାହିଁ ।