ଓଡ଼ିଶା 365 (ବ୍ୟୁରୋ): ସମ୍ପ୍ରତି ବିଜେଡିରେ ଏବେ ସୌମ୍ୟ ବନାମ ସଚିବ କଣ୍ଟ୍ରଭର୍ସି ରାଜ୍ୟ ରାଜନୀତିକୁ ସରଗରମ ହୋଇଥିବା ବେଳେ ଆଉ ଏକ ଘଟଣା ରାଜନୈତିକ ପାଣିପାଗରେ ଅସ୍ତିର ସୃଷ୍ଟି କରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବୟାନ ଏବେ ରାଜନୈତିକ ଅଳିନ୍ଦରେ ହଇଚଇ ସୃଷ୍ଟି କରିଛି। ଗଣମାଧ୍ୟମକୁ ପ୍ରିତିକ୍ରିୟା ଦେଇ ମନମୋହନ କହିଛନ୍ତି- ବିଜେଡିରେ କେହି ଖୁସିରେ ନାହାନ୍ତି । କର୍ମୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା, ବିଧାୟକ ସମସ୍ତେ ଦଳରେ ଅଣନିଃଶ୍ୱାସୀ ହୋଇ ପଡ଼ିଛନ୍ତି । ସମସ୍ତେ ଭୟଭୀତ ତଥା ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେଣୁ ଅନେକ ବିଜେଡି ବିଧାୟକ ଆମ ସଂପର୍କରେ ଅଛନ୍ତି । ଠିକ୍ ସମୟରେ ସେମାନେ ଠିକ୍ ନିଷ୍ପତ୍ତି ନେବେ। ମୋ’ ଦେଶ, ମୋ’ ମାଟି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି।
ଗୋଟେପଟେ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ଗତକାଲି ବିଜେଡିର ଆକ୍ସନକୁ ନେଇ ଆଜି ପୁଣି ଘେରିଛନ୍ତି ବିରୋଧୀ। ଏପଟେ ଦୁର୍ନୀତିକୁ ବିରୋଧ କରି ବିଜେପି ସରକାର କରିବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି ବୋଲି ମନମୋହନ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆବାସ ଯୋଜନା ସଠିକ୍ କାର୍ଯ୍ୟକାରୀ ହୋଇନି ବୋଲି ସେ ଅଭିଯୋଗ କରିବା ସହ 5T ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାରେ ବହୁ ପରିମାଣରେ ଅଭିଯୋଗ ଆସୁଥିବା ଘଟଣାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି ।