ଓଡ଼ିଶା 365 (ବ୍ୟୁରୋ) : ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସହ ଡିନର୍ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସହ ଡିନର୍ କରିବେ । ଜି-୨୦ ଶିଖର ସମ୍ମିଳନୀ କରିବାରେ ପୁଲିସ କର୍ମଚାରୀଙ୍କ ଭୂମିକା ବେସ ଗୁରୁତ୍ୱପୂର୍ଣ୍ଣ ଥିଲା । ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଶେଷ ହେବା ଯାଏଁ ଦିନ ରାତି ଏକ କରି ପରିଶ୍ରମ କରି ସମ୍ମିଳନୀକୁ ସଫଳ କରିଛନ୍ତି । ସହରରେ ସୁଗମ ଯାତାୟାତ ହେବା ସହ ଆଇନ ଶୃଙ୍ଖଳା ତଥା ସୁରକ୍ଷା ସୁନିଶ୍ଚିତ କରିଛନ୍ତି । ଏହି ଡିନର କାର୍ଯ୍ୟକ୍ରମ ଚଳିତ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ପ୍ରାୟ ୪୫୦ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଚଳିତ ସପ୍ତାହରେ ଡିନର୍ କରିପାରିବେ। ଏଥିପାଇଁ କନଷ୍ଟେବଳଙ୍କ ଠାରୁ ଇନ୍ସପେକ୍ଟରଙ୍କ ପର୍ଯ୍ୟନ୍ତ ନାମ ରହିଛି । ରାଜଧାନୀ ନୂଆଦିଲୀରେ ୯-୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ଜି-୨୦ ନେତାଙ୍କ ସମ୍ମିଳନୀର ସଫଳତା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଭେଟି ଜି-୨୦ ଶିଖର ସମ୍ମିଳନୀର ଅନୁଭୂତି ବିଷୟରେ କହିଥିଲେ ।