ଓଡ଼ିଶା 365 (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିଲମ୍ବିତ ହେଲେ କୋଟିପତି ଡିଏଫଓ ଡ.ବିଜୟ କୁମାର ପରିଡ଼ା। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଅଭିଯୁକ୍ତ ବିଜୟ କୁମାର ପରିଡ଼ାଙ୍କୁ କୋରାପୁଟ ସ୍ଥିତ ଆରସିସିଏଫଙ୍କ କାର୍ଯ୍ୟାଳୟରେ ହାଜିରା ପକାଇବାକୁ କୁହାଯିବା ସହ ନିଲମ୍ବନ ଆଦେଶ ନଉଠିବା ଯାଏଁ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ଗତ ଅଗଷ୍ଟ ୨୪ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ରାୟଗଡା ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ଚଢ଼ାଉ ସମୟରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଥିଲା ।
ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ନିକଟରେ ଆୟଠାରୁ ୨୦୭ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଚଢ଼ାଉ ସମୟରେ ଜଣାପଡ଼ିଥିଲା । ତେବେ ଜବତ ହୋଇଥିବା ସମସ୍ତ ଟଙ୍କାର ଉତ୍ସ ଓ ନିଜ ଆୟର ସଠିକ୍ ହିସାବ ଦେଇ ନ ପାରିବାରୁ ଗତ ଅଗଷ୍ଟ ୨୫ ତାରିଖରେ ବିଜୟ କୁମାର ପରିଡ଼ାଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା ।