ଓଡ଼ିଶା 365 (ବ୍ୟୁରୋ): ୭ବର୍ଷ ପରେ ଭାଙ୍ଗିଛି ରାଜ୍ୟସରକାରଙ୍କ କୁମ୍ଭକର୍ଣ୍ଣ ନିଦ। ପିଲା ମାଳ ମାଳ ଶିକ୍ଷକଙ୍କ ସଂଖ୍ୟା ଦୁର୍ବଳ,ଏଯାଏଁ ଶିକ୍ଷକ ଠିକାରେ ଖଟୁଛନ୍ତି, ସମାନ କାମକୁ ସମାନ ଦରମା ପାଇଁ ସ୍କୁଲରେ ତାଲା ମାରି ଆନ୍ଦୋଳନ କରୁଛନ୍ତି। ସବୁ ପ୍ରତିଶ୍ରୁତି ଦେଉଛନ୍ତି ପରେ ଭୁଲିଯାଉଛନ୍ତି, ଶିକ୍ଷକଙ୍କ ଦୁଃଖ ଶୁଣିବ କିଏ। ଏହାରି ମଧ୍ୟରେ ଆଜିଠୁ ରାଜ୍ୟରେ ୨୦ହଜାର ଶିକ୍ଷକ ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକିୟା। ଏଥିପାଇଁ ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାକୁ ନେଇ ଦେଖାଦେଇଛି ବିବାଦ। ଶିକ୍ଷକ ନିଯୁକ୍ତି ସ୍ଥାୟୀ ବଦଳରେ ବର୍ଷିକିଆ ଏଗ୍ରିମେଣ୍ଟ୍ ଆଧାରରେ ହେବ। ସିଲେକସନ୍ କମିଟି ଚିଠା ଶିକ୍ଷକ ତାଲିକା ପ୍ରସ୍ତୁତ କରିବା ପରେ ଜିଲ୍ଲା ପରିଷଦ ନିଯୁକ୍ତିର ଚୂଡାନ୍ତ ତାଲିକା ପ୍ରକାଶ କରିବ । ବର୍ଷେ ପରେ ପ୍ରଦର୍ଶନ ଦେଖି ଚାକିରୀ ନବୀକରଣ କରାଯିବ। ଏଥିଲାଗି ନିୟମିତ ଉପସ୍ଥାନ ଓ ସନ୍ତୋଷ ଜନକ ସେବା ନେଇ କନିଷ୍ଠ ଶିକ୍ଷକ ମାନଙ୍କୁ ପ୍ରଧାନ ଶିକ୍ଷକଙ୍କ ଠାରୁ ଆଣିବାକୁ ପଡିବ ସାର୍ଟିଫିକେଟ । ଚୁକ୍ତି ଉଲ୍ଲଘନ କଲେ ସେମାନଙ୍କୁ ଡିସ୍ ଏନଗେଜମେଣ୍ଟ୍ କରାଯିବ।
ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପରେ ବି ପୁଣି ସେହି ବ୍ୟବସ୍ଥାକୁ ଫେରିଛନ୍ତି ସରକାର। ଏନଇ ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। କୁଆଡେ ଗଲା ଜନ୍ମଦିନ ପ୍ରତିଶ୍ରତି । ଶେଷରେ ନବୀନ ବି ଦେଲେ ଧୋକ୍କା,ଭୁଲିଗଲେ ଜନ୍ମଦିନର ପ୍ରତିଶ୍ରୁତି ।୧୫ ଅକ୍ଟୋବର ୨୦୨୨ରେ କହିଥିଲେ ଓଡିଶାରେ ସରିଲା ଠିକା ନିଯୁକ୍ତିର ଯୁଗ, ହଟିଲା ଚୁକ୍ତିଭିର୍ତ୍ତିକ ନିଯୁକ୍ତି,ରାଜ୍ୟ କ୍ୟାବିନେଟ୍ ସ୍ଥାୟୀ ଭାବରେ ଠିକା ନିଯୁକ୍ତି ବ୍ୟବସ୍ତା ଉଛେଦ କରିବା ଶେଷରେ ନିଜ ପ୍ରତିଶ୍ରୁତିକୁ ଭୁଲିଯାଇଛନ୍ତି ଖୋଦ୍ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ। ଆଜିଠୁ ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଆବେଦନ । ଚୁକ୍ତିଭିର୍ତ୍ତିକ ଶିକ୍ଷକ ବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥାକୁ ଡ୍ୟାମେଜ କରୁଛି, ଶିକ୍ଷାର ମାନଦଣ୍ଡ ବଢାଇବାକୁ ସରକାର ଭାଗଦାରୀ ହୁଅନ୍ତୁ ବୋଲି ବୁଦ୍ଧିଜୀବି ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । କେବେ ହଟିବ ଠିକା ଶିକ୍ଷକଙ୍କ ପ୍ରଥା, କେବେ ଭାଙ୍ଗିବ ସରକାରଙ୍କ ନିଦ ,କେବେ ମିଳିବ ସମାନ କାମକୁ ସମାନ ଦରମା,ତାକୁ ହିଁ ଅପେକ୍ଷା ।