ଓଡ଼ିଶା 365 (ବ୍ୟୁରୋ) : ମା ହେବା ଜଣେ ମହିଳାଙ୍କ ପାଇଁ ହେଉଛି ସବୁଠାରୁ ଖୁସିର ମୁହୂର୍ତ୍ତ । ସାଧାରଣତ ଗର୍ଭଧାରଣ ସମୟରେ ପେଟରେ ପୁଅ ଶିଶୁ ରହିଛି ନା ଝିଅ ଶିଶୁ ରହିଛ ଏହା ଜାଣିବା ସମ୍ଭବ ପର ନୁହେଁ । ଯଦିଓ ଆଜିର ଯୁଗରେ ଏହା ଆଉ ଅସମ୍ଭବ ନୁହେଁ । କିନ୍ତୁ ଜାଣିବା ପାଇଁ ବିଜ୍ଞାନର ସାହାଯ୍ୟ ନେବା ଆଇନ ଗତ ଅପରାଧ ଅଟେ । ତେବେ ମା ପେଟରେ ଯାଆଁଳା ପିଲା ରହିଛି ବୋଲି ଜା ଅନେକ ଥର ଜଣେ ମହିଳା ଯେତେବେଳେ ଗର୍ଭବତୀ ହୁଏ ସେତେବେଳେ ଆଦୌ ଜଣାପଡ଼େ ନାହିଁ, ଯେ ସେ ଯାଆଁଳା ପିଲାର ମା’ ହେବାକୁ ଯାଉଛନ୍ତି । କିନ୍ତୁ ଏପରି କ୍ଷେତ୍ରରେ କିଛିଟା ଳକ୍ଷଣ ଦେଖାଦେଇଥାଏ । ତେବେ ମହିଳା ନିଜର ଗୋଟିଏ ଶିଶୁ ଥିବା ଭାବନ୍ତି ଓ ସେହି ଅନୁଯାୟୀ ଖାଇବା ଉପରେ ଧ୍ୟାନ ଦିଅନ୍ତି । ଏହାର ପ୍ରଭାବ ଡେଲିଭରି ସମୟରେ ପଡେ । ତେଣୁ, ଆଜି ଆମେ ଆପଣଙ୍କୁ ଏପରି କିଛି ଲକ୍ଷଣ କହୁଛୁ, ଯାହା ଦ୍ୱାରା ଆପଣ ସହଜରେ ବୁଝିପାରିବେ ଯେ ଆପଣ ମଧ୍ୟ ଯାଆଁଳା ପିଲାର ମା’ ହେବାକୁ ଯାଉଛନ୍ତି ? ଗର୍ଭାବସ୍ଥାର ପ୍ରାରମ୍ଭିକ ଦିନରେ ବାନ୍ତି ଲାଗିବା ଓ ବାନ୍ତି ହେବାର ଏକ ସମସ୍ୟା ଦେଖାଯାଏ । ଯେଉଁ ମହିଳାଙ୍କର ଯାଆଁଳା ଶିଶୁ ଥାନ୍ତି, ଅନ୍ୟ ଗର୍ଭବତୀ ମହିଳାଙ୍କ ଅପେକ୍ଷା ସେ ସକାଳେ ସେ ଅଧିକ ଅସୁସ୍ଥ ଅନୁଭବ କରନ୍ତି । ଏଭଳି ପରିସ୍ଥିତିରେ ପେଟରେ ଯାଆଁଳା ଉପସ୍ଥିତିର ସୂଚନା ମିଳିଥାଏ ।
ଯଦି ପେଟରେ ଯାଆଁଳା ଶିଶୁ ଥାଏ, ତେବେ ସେହି ମହିଳାଙ୍କ ଓଜନ ସାଧାରଣ ଅପେକ୍ଷା ଅଧିକ ହୋଇଥାଏ । ହାରାହାରି ସାଧାରଣ ଓଜନ ୨୫ ପାଉଣ୍ଡ । ଯେତେବେଳେ ଯାଆଁଳା ଶିଶୁ ପେଟରେ ଥାଏ, ଏହା ୩୦ ରୁ ୩୫ ପାଉଣ୍ଡକୁ ବୃଦ୍ଧି ପାଇଥାଏ । ଦୁଇଟି ଶିଶୁ, ଅତ୍ୟଧିକ ଆମନିଓଟିକ୍ ଫ୍ଲୁଇଡ୍ ଓ ଦୁଇଟି ପ୍ଲେସେଣ୍ଟା ଓଜନ ବଢାଇପାରେ । ଗର୍ଭାବସ୍ଥାରେ ଶିଶୁର ହୃଦସ୍ପନ୍ଦନ ଶୁଣିବା ହେଉଛି ସବୁଠାରୁ ଆନନ୍ଦଦାୟକ ଓ ସୁନ୍ଦର ଅନୁଭୂତି । ପ୍ରସବ ପୂର୍ବରୁ, ଆପଣ ଡୋପଲର୍ ପଦ୍ଧତି ବ୍ୟବହାର କରି ଶିଶୁମାନଙ୍କର ହୃଦସ୍ପନ୍ଦନ ଶୁଣିପାରିବେ । ଗର୍ଭଧାରଣର ନବମ ସପ୍ତାହରୁ, ଉଭୟ ଶିଶୁର ହୃଦସ୍ପନ୍ଦନ ଅଲଗା ଭାବରେ ଶୁଣାଯାଏ, ତଥାପି ଏହା ଜାଣିବା ଟିକେ କଷ୍ଟକର ।