ଓଡ଼ିଆ 365 (ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍। ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଥିବା ଜଣାପଡିଛି । ଉଭୟ ଡାହାଣ ଓ ବାମ ପଟରେ ଗୋଟାଏ ଲେଖାଏଁ ଗେଟ ଖୋଲାଯାଇଛି । ବୁଧବାର ଜଳସ୍ତର ବୃଦ୍ଧି ପାଇ ୬୨୮.୧୦ ଫୁଟରେ ପହଞ୍ଚିଥିବା ବେଳେ ଆଗକୁ ୩ ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଉପରମୁଣ୍ଡରେ ଆଗକୁ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ହୀରାକୁଦ କତୃପକ୍ଷ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।
ସୂଚନାଯୋଗ୍ୟ, ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍ ରହିଥିଲା । ସେକେଣ୍ଡରେ ୪୭୪୬୬ କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି । ସେହି ଅନୁପାତରେ ୩୪୭୬୧ କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ।