ଓଡ଼ିଶା 365 (ବ୍ୟୁରୋ): ରିଲିଜ୍ ହେଲା ‘ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି’ର ଟ୍ରେଲର । ଏଥିରେ ଦେଖିବାକୁ ମିଳିବ ଭିକି କୌଶଲ ଏବଂ ମାନୁଷି ଛିଲ୍ଲର କେମେଷ୍ଟ୍ରି । ଫିଲ୍ମ ନିର୍ମାତା ଗତକାଲି ସୋସିଆଲ ମିଡିଆରେ ଏହି ଫିଲ୍ମର ଟ୍ରେଲର ଅପଲୋଡ୍ କରିଛନ୍ତି । ନାଁ ଅନୁସାରେ ଫିଲ୍ମଟି ଏକ ଫ୍ୟାମିଲି ଏଣ୍ଟରଟେନର ହେବାକୁ ଯାଉଛି । ଏହି ଫିଲ୍ମର ଟ୍ରେଲର ଆରମ୍ଭ ଭିକ୍କି କୌଶଲଙ୍କ ଏଣ୍ଟ୍ରିରୁ ହୋଇଛି । ଏଥିରେ ସେ କହୁଛନ୍ତି ଯେ, ଏହି କାହାଣୀ ବଳରାମପୁର ନାମକ ଏକ ସହରର । ସହରରେ ଲୋକେ ତାଙ୍କୁ ଭଜନ-କୀର୍ତ୍ତନ ପାଇଁ ଜାଣିଛନ୍ତି । ତାଙ୍କ ଅସଲ ନାଁ ବେଦ ବ୍ୟାସ ତ୍ରିପାଠୀ ଏବଂ ଲୋକେ ତାଙ୍କୁ ଭଜନ କୁମାର ନାମରେ ଡାକିଥାନ୍ତି । ସେ ଏକ ପଣ୍ଡିତ ପରିବାର ଏବଂ ତାଙ୍କ ଘରେ ସର୍ବଦା ପୂଜାପାଠ ଓ ଭଜନ କୀର୍ତ୍ତନ ହୋଇଥାଏ । ସହର ସାରା ଲୋକ ତାଙ୍କୁ ଭଜନ-କୀର୍ତ୍ତନ ଷ୍ଟାର ବୋଲି ମାନିଥାନ୍ତି ।
ଭଜନ କୁମାର କହୁଛନ୍ତି ଯେ, ଏହି ପେସା ଯୋଗୁ ମହିଳା ଏବଂ ଯୁବତୀମାନେ ତାଙ୍କ ପାଦ ଛୁଇଁଥାନ୍ତି । ଏଥିସହ ତାଙ୍କୁ ସଭିଏଁ ପୂଜାରୀ ଏବଂ ଭଜନବାଲା ନଜରରେ ଦେଖିଥାନ୍ତି । ତାଙ୍କ ଜୀବନରେ କେହି ଯୁବତୀ ଆସିନାହାନ୍ତି । ପରେ କାହାଣୀରେ ନୂଆ ମୋଡ଼ ଆସିଛି । ଭଜନ କୁମାରଙ୍କ ପରିବାର ଲୋକେ ଜାଣିବାକୁ ପାଇଛନ୍ତି ଯେ, ଦୀର୍ଘ ବର୍ଷ ହେଲା ଯେଉଁ ପିଲାକୁ ସେମାନେ ପୋଷ୍ୟ ଗ୍ରହଣ କରିଥିଲେ ସେ ହିନ୍ଦୁ ନୁହେଁ ବରଂ ମୁସଲମାନ ପିଲା ।
ଅର୍ଥାତ ପିଲାଦିନକୁ ଭଜନ କୀର୍ତ୍ତନ କରୁଥିବା ଭଜନ କୁମାର ପ୍ରକୃତରେ ଜଣେ ମୁସ୍ଲିମ । ଏହା ଧୀରେ ଧୀରେ ସାରା ସହରରେ ବ୍ୟାପିଯାଇଛି । ଟିଜର ଦେଖି ଲାଗୁଛି ଫିଲ୍ମଟିରେ ବହୁତ ମଜାଦାର କାହାଣୀ ରହିଛି । ତେବେ ଆସନ୍ତା ୨୨ ତାରିଖରେ ଏହି ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ କୁମୁଦ ମିଶ୍ର, ୟଶପାଲ୍ ଶର୍ମା, ମନୋଜ ପହାବା, ସାଦିଆ ସିଦ୍ଦିକି, ଅଲ୍ମା ଅମିନଙ୍କ ସମେତ ଅନ୍ୟ କଳାକାରମାନଙ୍କୁ ଦେଖିବାକୁ ମିଳିବ ।