ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି, ଆପଣଙ୍କ ଶରୀର ପାଇଁ ସକାଳ ଜଳଖିଆ କେତେ ଜରୁରୀ ? ସାଧାରଣରେ ବେଶୀ କେହି ଏମିତି ସକାଳ ଜଳଖିଆ କରିବା ପସନ୍ଦ କରନ୍ତି ନାହିଁ । ତ ଆଉ କେହି କେହି ଜଳଖିଆ କରିବା ସମୟରେ ବି କରନ୍ତି ନାହିଁ । ଯାହା ଫଳରେ ଶରୀର ସନ୍ତୁଳନରେ ସମସ୍ୟା ଉପୁଜିଥାଏ । ଦେଶରେ ବିଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ଲୋକଙ୍କର ଜଳ ଜଳଖିଆ ଅଲଗା ଅଲଗା ରହିଥାଏ । ତେବେ ସହାଳୁ ଜଳଖିଆ ବା ବ୍ରେକଫାଷ୍ଟ ନକରିଲେ କଣ କଣ ସମସ୍ୟା ଦେଖାଦେଇଥାଏ ଜାଣନ୍ତୁ । ଆପଣବି ବ୍ରେକଫାଷ୍ଟ ସ୍କିପ କରୁଥିଲେ ଜାଣି ରଖନ୍ତୁ ଏହା ଦ୍ୱାରା ବହୁ ସମସ୍ୟା ଦେଖାଯାଇଥାଏ । ସକାଳ ଜଳଖିଆ ବା ବ୍ରେକଫାଷ୍ଟ। ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି କି ? କିଛି ଲୋକ କର୍ମକ୍ଷେତ୍ରରେ ବ୍ୟସ୍ତତା ହେତୁ ବ୍ରେକଫାଷ୍ଟ କରିପରାନ୍ତି ନାହିଁ ।
ଆପଣ ବି ବ୍ରେକଫାଷ୍ଟ ସ୍କିପ କରୁଥିଲେ ଜାଣି ରଖନ୍ତୁ ଏହା ଦ୍ୱାରା ବହୁ ସମସ୍ୟା ଦେଖାଯାଇଥାଏ । ଡାଏଟ ଏବଂ ବିଭିନ୍ନ ପ୍ରକାରର ଫାଷ୍ଟିଂରେ ବ୍ରେକଫାଷ୍ଟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆସନ୍ତୁ ଜାଣିବା କିଛି ହେଲଦି ବ୍ରେକଫାଷ୍ଟ ବିଷୟରେ । ଯାହା ଆପଣଙ୍କ ପାଇଁ ବେଶ ଜରୁରୀ ମୁଗ୍ ଡାଲ୍ ଚିଲ୍ଲାରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ। ମୁଗ ଡାଲିରୁ ଆପଣ ନିଜ ପାଇଁ ସକାଳେ ଏଥିରୁ ଚିଲ୍ଲା ପ୍ରସ୍ତୁତ କରିପାରିବେ ବ୍ରେକଫାଷ୍ଟ ବା ଜଳଖିଆରେ ଗ୍ରହଣ କରିପାରିବେ । ଏଥିରେ ଭରପୁର ପ୍ରୋଟିନ୍ ଓ ଫାଇବର ମଧ୍ୟ ରହିଛି । ଯାହା ଆପଣଙ୍କୁ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇବା ସହ ସୁସ୍ଥ ଓ ଫିଟ୍ ମଧ୍ୟ ରଖିଥାଏ ।
ପନିର୍ ହେଉଛି ପ୍ରୋଟିନ୍ ଏକ ଭଣ୍ଡାର । ଯଦିଓ ଏହାକୁ କଞ୍ଚା ଖାଇବା ଅତ୍ୟନ୍ତ ଲାଭଦାୟକ,କିନ୍ତୁ ଏହାକୁ ସ୍ୱାଦିଷ୍ଟ କରିବା ପାଇଁ ଆପଣ ପନିର ଭର୍ଜୀ ତିଆରି କରି ଏହାକୁ ଖାଇପାରିବେ । ଆପଣ ପାନିର୍, ପିଆଜ, ଟମାଟୋ ଏବଂ ମସଲାରେ ତିଆରି ଭୁର୍ଜି ପ୍ରସ୍ତୁତ କରି ଖାଇପାରିବେ । ଏହାକୁ ଆପଣ ରୁଟି କିମ୍ବା ପରାଟା ସହ ନିଜ ସକାଳ ଜଳଖିଆରେ ଗ୍ରହଣ କରିପାରିବେ । ପୋହା କେବଳ ଏକ ହେଲଦି ବ୍ରେକଫାଷ୍ଟ ନୁହେଁ, ତାହା ଅଧିକାଂଶ ଲୋକଙ୍କର ପ୍ରିୟ ଜଳଖିଆ ଅଟେ । ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ । ଏହାକୁ ଆପଣ ବ୍ରେକଫାଷ୍ଟରେ ନେଲେ ଆପଣ ସୁସ୍ଥ ସହ ଆପଣଙ୍କୁ କାମ କରିବା ପାଇଁ ଶକ୍ତି ମଧ୍ୟ ମିଳିବ ।
ଉଥପମ୍ ଦକ୍ଷିଣ ଭାରତର ମୁଖ୍ୟ ଖାଦ୍ୟ । ଏହା ସାଧାରଣତଃ ଅରୁଆ ଚାଉଳର ଆଣରୁ ପ୍ରସ୍ତୁତ ଏକ ପିଠା । କିନ୍ତୁ ବର୍ତ୍ତମାନ ଏହା ଉତ୍ତର ଭାରତରେ ମଧ୍ୟ ଅତି ଉତ୍ସାହର ସହିତ ଲୋକେ ଖାଇଥାଆନ୍ତି । ପ୍ରୋଟିନ୍ ଯୁକ୍ତ ଉଥପମରେ ପ୍ରୋଟିନ୍ ଭରପୁର ପରିମାଣରେ ରହିଛି । ସେହିପରି ଏକ ହେଲଦି ବ୍ରେକଫାଷ୍ଟ ପାଇଁ ଆପଣ ଡାଲି ଓ ପରାଠା ମଧ୍ୟ ନେଇପାରିବେ । ଡାଲି ପ୍ରୋଟିନର ଏକ ଭଣ୍ଡାର ।