ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ଏବେ ଧିରେ ଧିରେ ମୁଣ୍ଡ ଟେକୁଛି ସ୍କ୍ରପ ଟାଇଫସ ରୋଗ । ଏହି କ୍ରମରେ ଏବେ ସମ୍ବଲପୁରରରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍। ଟ୍ରମ୍ବୀ କୁଲାଇଟ କୀଟ କାମୁଡିବା ଦ୍ୱାରା ସ୍କ୍ରପ ଟାଇଫସ ହୋଇ ଜ୍ୱର ହୋଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜ୍ୱର, କାଶ ସହ ହାତ ଗୋଡ଼ ଘୋଳା ବିନ୍ଧା ହୋଇଥାଏ । ବର୍ତ୍ତମାନ ପୁଣି ଆଉ ୩ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି।ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ସ୍କ୍ରବ୍ ଟାଇଫସ୍ ଆତଙ୍କ ସୃଷ୍ଟି କରିଛି। ସମ୍ବଲପୁର ବୁର୍ଲାରେ ଆଉ ୩ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ଚିହ୍ନଟ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ୩ ଦିନ ମଧ୍ୟରେ ବୁର୍ଲା ଭିମସାରରେ ୨୨ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାରି ଭିତରେ ସମ୍ବଲପୁର ବୁର୍ଲାରେ ଆଜି ଆଉ ୩ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ଚିହ୍ନଟ କରାଯାଇଛି। ସେପଟେ ସ୍କ୍ରବ ଟାଇଫସ୍ ଠାରୁ ଦୂରେଇ ରହିବାକୁ ଓ ଚିଗର ସଂସ୍ପର୍ଶରେ ନଆସିବା, ଲମ୍ବା ହାତ ସାର୍ଟ ଓ ପ୍ୟାଣ୍ଟ ପିନ୍ଧିବା, କୀଟ ନାଶକ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।