ଓଡ଼ିଶା 365 (ବ୍ୟୁରୋ): ୨୦୨୩ ଆରମ୍ଭରୁ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଫିଲ୍ମ ‘ପଠାନ’କୁ ନେଇ ବଲିଉଡରେ ପୁଣିଥରେ ଦମଦାର ଏଣ୍ଟ୍ରି କରିଥିଲେ ଶାହରୁଖ । ‘ପଠାନ୍’ ରିଲିଜ୍ ହେବାର ୮ ମାସ ପରେ ସେ ପୁଣି ଥରେ ଫିଲ୍ମ ‘ଜୱାନ’ ସହିତ ପ୍ରେକ୍ଷାଳୟର ପରିବେଶକୁ ରଙ୍ଗୀନ କରିଦେଇଛନ୍ତି। ଯାହା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରୁଛି । ସମସ୍ତଙ୍କ ମନରେ ରାଜ କରୁଛି ଫିଲ୍ମ ‘ଜୱାନ’ । ପ୍ରଥମ ଦିନରେ ୧୨୯. ୬ କୋଟି ଆୟ କରିବା ଦିନ ଠାରୁ ଏହି ଫିଲ୍ମଟି ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲିଛି। ସମସ୍ତ ବ୍ଲକବଷ୍ଟର ଫିଲ୍ମର ରେକର୍ଡ ବ୍ରେକ୍ କରି ଚାଲିଛି କିଙ୍ଗ୍ ଖାନଙ୍କ ଫିଲ୍ମ ‘ଜୱାନ’ । ହେଲେ ଏହି ଚଳଚ୍ଚିତ୍ରଟି ୫ ଦିନରେ ୩୦୦ କୋଟିରୁ ଅଧିକ ଆୟ କରିଛି। ୬ଦିନରେ ମଙ୍ଗଳବାର ଦିନ ଶାହାରୁଖଙ୍କ ଫିଲ୍ମ ପ୍ରାୟ ୨୬.୫୦କୋଟି ଟଙ୍କା ରୋଜଗାର କରିଥିଲେ। ଭାରତରେ ୬ଦିନର ‘ଜୱାନ୍’ ର ଟୋଟାଲ କଲେକସନ ୩୫୪.୫୪ କୋଟି ହୋଇଛି। ‘ଜୱାନ୍’ ୩୦୦ କୋଟି ଟଙ୍କା ରୋଜଗାର କରିବାରେ ଦ୍ରୁତତମ ବଲିଉଡ ଚଳଚ୍ଚିତ୍ର ହୋଇଛି।
ଭାରତୀୟ ସିନେମା ଇତିହାସରେ ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ ସମସ୍ତଙ୍କୁ ପଛରେ ପକାଇଦେଇଛି । ହେଲେ ଏହାରି ଭିତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ‘ଜୱାନ’ ଚୋରି ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯାହାକୁ ଶୁଣି ‘ଜୱାନ’ ଫ୍ୟାନ୍ସମାନେ ଦୁଖଃ ପ୍ରକାଶ କରୁଛନ୍ତି । ଏହି ଫିଲ୍ମକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଖୋଲାଖୋଲି ଭାବେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି । ଏହା ହେଉଛି ଏକ ବିଶେଷତା ଯେଉଁଥିପାଇଁ ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି। ଏହା ବ୍ୟତୀତ ଶାହରୁଖ ଏବଂ ନୟନତାରାଙ୍କ ଯୋଡିକୁ ମଧ୍ୟ ଖୁବ୍ ପସନ୍ଦ କରାଯାଉଛି।
X(ଟ୍ୱିଟର) ରେ ଲୋକେ ଫିଲ୍ମକୁ ନେଇ ନିଜର ମତାମତ ଦେଉଛନ୍ତି। X ରେ ଜଣେ ୟୁଜର୍ ଟ୍ୱିଟ୍ କରି ଦାବି କରିଛନ୍ତି ଯେ ଏହି ଫିଲ୍ମଟି ‘ଭିଡା ମୁୟାର୍ଚି’ର କପି ବୋଲି କହିଥିବାବେଳେ ଆଉ କେହି ଏହି ଫିଲ୍ମଟି ୧୯୮୯ ତାମିଲ ଚଳଚ୍ଚିତ୍ର ‘ଥାଇ ନାଡୁ’ର ଏକ କପି ବୋଲି କହୁଛନ୍ତି। ଏଥିରେ ସତ୍ୟରାଜ ଏକ ଡବଲ୍ ଭୂମିକା ଗ୍ରହଣ କରିଥିଲେ। ଅନ୍ୟ ଜଣେ ଲେଖିଛନ୍ତି- ‘ଜୱାନ’ ହେଉଛି ତାମିଲର ମୂଳ ସଂସ୍କରଣ । କିଛି ଲୋକ କୁହନ୍ତି ଯେ ଶାହାରୁଖଙ୍କ ଏହି ଫିଲ୍ମର କାହାଣୀ କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ’ର କାହାଣୀ ସହିତ ପୂରା ସମାନ। ତେବେ ଏଟଲୀଙ୍କ ଫିଲ୍ମ ‘ଜୱାନ’ କପି ହୋଇଛି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି ।