ଓଡ଼ିଶା 365 (ବ୍ୟୁରୋ) : ଆରପାରିରେ ବରିଷ୍ଠ ବିଜେପି ନେତା ପିପି ମୁକୁନ୍ଦନ । ୭୨ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଛି । ଦଳ ପାଇଁ ଏହା ଏକ ଅପୂରଣିୟ କ୍ଷତି । କେରଳରେ ବିଜେପିର ସଂଗଠନକୁ ମଜଭୁତ କରିବାରେ ମୁକୁନ୍ଦନ ଭୂମିକା ତୁଳାଇଛନ୍ତି । ସେ କେରଳ ବିଜେପିର ଜଣେ ଦୃଢ ସଂଗଠକ ଥିଲେ ମୁକୁନ୍ଦନ । ସେ ୧୯୮୦ ମସିହାରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଙ୍ଘରେ ସାମିଲ ହୋଇଥିଲେ । ଏହାପରେ ସେ ସଂଙ୍ଘରେ ବିଚାର ଧାରାରେ ଅନୁପ୍ରାଣିତ ହୋଇଥିଲେ ।
ସେ ପ୍ରଚାରକ ଭାବେ ମଧ୍ୟ ଦାୟିତ୍ବ ସମ୍ପାଦନା କରିଛନ୍ତି । କୋଟିୟୁର, କନ୍ନୁର ସମେତ ଅନେକ ଅଂଚଳରେ ଦିର୍ଘ ୪୦ରୁ ଅଧିକ ବର୍ଷ ଧରି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଙ୍ଘର ବିଚାରକୁ ପ୍ରଚାର କରିଛନ୍ତି । ତାଙ୍କ ବିୟୋଗରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ଶୋକପ୍ରକାଶ କରିଛନ୍ତି ।