ଓଡ଼ିଶା 365 (ବ୍ୟୁରୋ) : ଆପଣ ମାନେ ଜାଣନ୍ତି ଆମ ଆଖପାଖରେ ଏମିତି ଅନେକ ଲୋକ ଅଛନ୍ତି ଯିଏ କ୍ଷୀର, ଦହି ଆଦି ଜିନିଷ ପିଇବାକୁ ନା ପସନ୍ଦ କରିଥାନ୍ତି । କାରଣ, କାହାକୁ ସ୍ୱାଦ ଭଲ ଲାଗେନିତ ଆଉ କାହାକୁ ଏହାର ଗନ୍ଧ । କିନ୍ତୁ ଆପଣ ଜାଣନ୍ତି ଦହିରେ ଅନେକ ଉପକାରୀ ଜିନିଷ ରହିଛି, ଯାହା ଆମକୁ ସୁସ୍ଥ ଓ ସବଳ ରଖିବାରେ ସାହାର୍ଯ୍ୟ କରେ । ଆପଣ ଦେଖିଥିବେ ସାଧାରଣତ ଖରାଦିନ ଅଧିକ ଲସି ବଜାରରେ ବିକ୍ରି ହୋଇଥାଏ । ଏହା କେବଳ ଖରା ପାଇଁ ବିକ୍ରି କରାଯାଉଥିବା କଥା ସମସ୍ତଙ୍କ ମନରେ ରହିଥାଏ । କିନ୍ତୁ ଏହା ଭିନ୍ନ କାରଣରୁ ମନ ଉଦାସ ରହିବା ସହ ମୁହଁରୁ ହସ ଲିଭିଯାଇ ଥାଏ।
ମାନସିକ ଅବସାଦ, ଦ୍ରୌବଲ୍ୟ, ବ୍ୟାକୁଳତା ଆଦି ଆବେଗିକ କାରଣ ଯୋଗୁଁ ମାନସିକ ସ୍ଥିତି ଏ ଭଳି ହୋଇଥାଏ । ମନରୁ ବିଷାଦ ଭାବ ଦୂରେଇବା ପାଇଁ ଥିବା ଉପଚାରଗୁଡ଼ିକ ମଧ୍ୟରେ ଖାଦ୍ୟର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ପ୍ରକାରାନ୍ତରେ କହିବାକୁ ଗଲେ ଯେଉଁ କାରଣ ପାଇଁ ମନ ଉଦାସ ରହୁଛି ସେ ସବୁ କାରଣ ଦୂରେଇବାରେ ଏ ସବୁ ଖାଦ୍ୟ ମସ୍ତିଷ୍କକୁ ସାହାଯ୍ୟ କରିଥାଏ । ବସାଦହିରେ ଥିବା ଉପକାରୀ ଅଣୁଜୀବ ପେଟ ଓ ହଜମକ୍ରିୟା ପାଇଁ ଅମୃତ ତୁଲ୍ୟ। ଏହା ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ମଧ୍ୟ ସୁପ୍ରଭାବ ପଡ଼େ । ଅର୍ଥାତ୍ ଏହା ମିଜାଜ୍ ଖୁସି କରୁଥିବା ନ୍ୟୁରୋଟ୍ରାନ୍ସ୍ମିଟର୍ ଭଳି କାମ କରେ ।