ଓଡ଼ିଶା 365 (ବ୍ୟୁରୋ): ଫ୍ୟାନ୍ସଙ୍କ ପାଇଁ ଆସିଲା ଦୁଖଃ ଖବର । ସେପ୍ଟେମ୍ବର ୨୮ରେ ରିଲିଜ୍ ହେବନି ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାଲାର’ । ବର୍ତ୍ତମାନ ସମୟରେ ଫିଲ୍ମ ନିର୍ମାତା ଏକ ଅଫିସିଆଲ୍ ବିବୃତ୍ତି ଦେଇ ଏହାକୁ ନିଶ୍ଚିତ କରିଛନ୍ତି। ନିର୍ମାତାଙ୍କ ଅନୁଯାୟୀ, ପ୍ରଭାସଙ୍କ ଅଭିନୀତ ‘ସାଲାର’ ସେପ୍ଟେମ୍ବର ୨୮ରେ ରିଲିଜ୍ ହେବନାହିଁ। ଏଥିସହ ଫିଲ୍ମର ନୂଆ ରିଲିଜ୍ ତାରିଖ ମଧ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ‘ସାଲାର’କୁ ସ୍ଥଗିତ ରଖାଯିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏବଂ ଅଭିନେତା ପ୍ରଭାସ ଏ ସମ୍ପର୍କରେ ନୀରବ ଥିଲେ। ଏଭଳି ପରିସ୍ଥିତିରେ ପ୍ରଭାସଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ଥିଲେ ଯେ ଫିଲ୍ମଟି ପ୍ରକୃତରେ ନିର୍ଦ୍ଦିଷ୍ଟ ତାରିଖରେ ରିଲିଜ ହେବ କି ନାହିଁ। ତାହା ଆଜି ସ୍ପଟ କରିଛନ୍ତି ଫିଲ୍ମ ନିର୍ମାତା ।
ସେପଟେ ଫିଲ୍ମ ‘ଆଦିପୁରୁଷ’ର ବିଫଳତା ପରେ ପ୍ରଭାସଙ୍କ ପ୍ରଶଂସକମାନେ ‘ସାଲାର’କୁ ଅପେକ୍ଷା କରିଥିଲେ । ‘କେଜିଏଫ୍’ ଫେମ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଫିଲ୍ମକୁ ନେଇ ଲୋକମାନେ ଆଶା କରିଛନ୍ତି ଯେ ଏହି ଫିଲ୍ମ ପ୍ରଭାସଙ୍କୁ ସଫଳତାର ସ୍ୱାଦ ଚଖାଇବ । ପୁଣି ଥରେ ‘ବ୍ରାଣ୍ଡ୍ ପ୍ରଭାସ’ ଲୋକପ୍ରିୟ ହେବେ । ସେପଟେ ଫିଲ୍ମର ଟିଜର ରିଲିଜ୍ ହେବ ବୋଲି ତାରିଖ ଘୋଷଣା ହୋଇଥିଲା ସେତେବେଳେ ଲୋକମାନଙ୍କର ଭଲପାଇବା ବଢ଼ି ଯାଇଥିଲା । ହେଲେ ତା’ପରେ ନିର୍ମାତା ଫିଲ୍ମ ବିଷୟରେ କିଛି କହି ନଥିଲେ। ଫିଲ୍ମର ରିଲିଜ୍ ତାରିଖ ୨୮ ସେପ୍ଟେମ୍ବର ପାଇଁ ସ୍ଥିର କରାଯାଇଥିଲା, ହେଲେ ଟିଜର୍ ରିଲିଜ୍ ହେଲାନି କି ଫିଲ୍ମକୁ ନେଇ କିଛି ଅପଡେଟ୍ ଆସିଲା ନାହିଁ ।
ସୂଚନା ଅନୁଯାୟୀ, ଗତ ସପ୍ତାହରେ ଖବର ଆସିଥିଲା ଯେ ‘ସାଲାର’ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। ନିର୍ମାତା କହିଛନ୍ତି ଯେ “ଆମେ ଆପଣଙ୍କର ସମର୍ଥନକୁ ପ୍ରଶଂସା କରୁଛୁ। ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ସେପ୍ଟେମ୍ବର ୨୮ରେ ହେବାକୁ ଥିବା ରିଲିଜ୍କୁ ସ୍ଥଗିତ ରଖାଯାଇଛି। ଦୟାକରି ଏହି ନିଷ୍ପତ୍ତିକୁ ବୁଝନ୍ତୁ । ଏହି ନିଷ୍ପତି ଆମେ ବହୁତ ବୁଝିସୁଝି ନେଇଛୁ । କାରଣ ଆମେ ଆପଣଙ୍କୁ ଏକ ଭଲ ସିନେମା ଦେବାକୁ ଚାହୁଁଛୁ। ସର୍ବୋଚ୍ଚ ମାନଦଣ୍ଡ ପୂରଣ କରିବା ପାଇଁ ଆମ ଟିମ୍ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ଫିଲ୍ମର ନୂଆ ରିଲିଜ୍ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି କହିଛନ୍ତି ଫିଲ୍ମ ନିର୍ମାତା ।