ଓଡ଼ିଶା 365 (ବ୍ୟୁରୋ) : ପଇଡ଼ ଆମ ଶରୀର ପାଇଁ କେତେ ଲାଭଦାୟକ ତାହା ଆପଣ ମାନଙ୍କୁ ଜଣାଥିବ ନିଶ୍ଚିତ । ପଇଡ଼ ପାଣି ଦ୍ୱାରା ଆମ ଶୀରକୁ ଶକ୍ତି ମିଳିବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଏହାଦ୍ୱାରା ଆମ ବଙ୍ଗବଚ୍ଚ ସକ୍ୟୁଲେସ ମଧ୍ୟ ଠିକ ରହିଥାଏ । ତେବେ ଆପଣ ଜାଣିଛନ୍ତି କି , ପିଇଡ଼ ପାଣି ଓଜନ କମେଇବା ଲାଗି ବେଶ ସହାୟକ ହୋଇଥାଏ । ଆଜ୍ଞା ହିଁ – ପିଇଡ଼ ପାଣି ପିଇବା ଦ୍ୱାରା ଶରୀରକୁ ପୁଷ୍ଟିସାର ଯୋଗାଇବା ସହ ହଜମ ଶକ୍ତିକୁ ବଢ଼ାଇବା ପାଇଁ ବିପାକ କ୍ରିୟାକୁ ମଜଭୁତ କରିଥାଏ । ଏହାକୁ ପିଇବା ଦ୍ୱାରା ପେଟ ଶୀଘ୍ର ପୂରିଯାଇଥାଏ ଓ ଭୋକ ମଧ୍ୟ ଲାଗିନଥାଏ ।
ଦିନକୁ ୨ କିମ୍ବା ୩ ଥର ପଇଡ଼ପାଣି ଓଜନ କମ୍ କରିବାକୁ ପିଇବା ଉଚିତ । ଆପଣ ଆପଣଙ୍କ ଓଜନ କମ୍ କରିବାକୁ ଚାହୁଁଥିଲେ ଜୁସ୍ ବଦଳରେ ପଇଡ଼ ପାଣି ପିଇ ପାରିବେ। ଜୁସ୍ଠାରୁ ଏଥିରେ କ୍ୟାଲୋରି ପରିମାଣ କମ୍ ରହିବା ସହିତ ସୁଗାର ମାତ୍ରା ମଧ୍ୟ କମ୍ ରହିଥାଏ । ଏହା ସହ କିଡ୍ନୀକୁ ସୁସ୍ଥ ରଖିବା ସହ ପେଟକୁ ସଫା ମଧ୍ୟ ରଖିଥାଏ । ପଇଡ଼ ପାଣି ପିଇବା ପାଇଁ ଉପଯୁକ୍ତ ସମୟ-ଏହାକୁ ଯେକୌଣସି ସମୟରେ ପିଇପାରିବେ, କିନ୍ତୁ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ଏହା ସ୍ବାସ୍ଥ୍ୟ ପାଇଁ ଅଧିକ ଫଳପ୍ରଦ ହୋଇଥାଏ । ପଇଡ଼ ପାଣି ପିଇବା ଓଜନ କମ୍ କରିବା ସହିତ ଏହା ଗର୍ଭବତୀ ମହିଳାଙ୍କ ପାଇଁ ବିଶେଷ ଉପକାରୀ ହୋଇଥାଏ ।