ଓଡ଼ିଶା 365 (ବ୍ୟୁରୋ) : ଅଁଳା ଖାଇବାକୁ ଟିକେ ଖଟା । ତଥାବି ଏହା ଅନେକଙ୍କୁ ପସନ୍ଦ ଆସିଥାଏ । ତେବେ ସମସ୍ତଙ୍କୁ ଅଁଳା ଖାଇବା ପସନ୍ଦ ମଧ୍ୟ ହୋଇନଥାଏ । ପ୍ରତ୍ୟେକ ମଣିଷ ଚାହାଁନ୍ତି ସବୁବେଳେ ସୁସ୍ଥ ଓ ସୁନ୍ଦର ରହିବାକୁ । କିନ୍ତୁ ଜଳବାୟୁର ପରିର୍ତ୍ତନ ଯୋଗୁଁ ଅନେକ ସମୟରେ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥାଏ । ବିଶେଷଜ୍ଞଙ୍କ ମତ ଅନୁଯାୟୀ , ରୋଗ ବେମାରୀ ଠାରୁ ବଂଚିବା ପାଇଁ ଇମ୍ୟୁନ ସିଷ୍ଟମକୁ ମଜବୁତ୍ ରଖିବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଖାଦ୍ୟରେ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।
କରୋନା ମହାମାରୀ ସମୟରେ ବାୟୁ ପ୍ରଦୂଷଣରୁ ବଂଚିବା ପାଇଁ ଖାଦ୍ୟରେ ଅଁଳା ସେବନ କରିବା ଅତ୍ୟନ୍ତ ଜରୁରୀ । ଅଁଳାକୁ ସୁପରଫୁଡ୍ ବୋଲି ମଧ୍ୟ କୁହାଯାଏ । ଏହା ସେବନ କରିବା ଦ୍ୱାରା, ଅନେକ ବେମାରୀରୁ ଏହା ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଇମ୍ୟୁନ ସିଷ୍ଟମ୍ ମଜବୁତ୍ ରହିବା ସହିତ, ବାୟୂ ପ୍ରଦୂଷଣ ଦ୍ୱାରା ହେଉଥିବା ରୋଗ ବେମାରୀରୁ ମୁକ୍ତି ଦେଇଥାଏ । ତେବେ ଆସନ୍ତୁ ଜାଣିବା ଅଁଳାର ଉପକାରିତା ବିଷୟରେ ।
ଅଁଳା ଜୁସ୍, ଅଁଳା ଆଚାର ବା ଅଁଳା ଗୁଣ୍ଡ ସବୁବେଳେ ଉପଲବ୍ଧ ହୋଇଥାଏ । କିନ୍ତୁ କଂଚା ଅଁଳା କିଛି ନିର୍ଦ୍ଦିଷ୍ଟ ସମୟରେ ମିଳିଥାଏ । ଶିତ ଦିନରେ ପ୍ରତିଦିନ ଅଁଳା ସେବନ କରିବା ଦ୍ୱାରା ତ୍ୱଚାରେ ଚମକ ଆସିବା ସହିତ, ଇମ୍ୟୁନ ସିଷ୍ଟମ୍ ମଜବୁତ୍ ରହିଥାଏ । ଏଥିରେ ଭିଟାମିନ୍-ସି ଭରପୁର ମାତ୍ରରେ ରହିଥାଏ । ଏହା ସେବନ କରିବା ଦ୍ୱାରା ଥଣ୍ଡା, କାଶ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
ଶିତ ଦିନରେ ବାୟୂ ପ୍ରଦୁଷଣ ହେବା ଦ୍ୱାରା ଅନେକ ସମସ୍ୟା ହେବାର ସମ୍ଭାବନା ରହିଥାଏ । ଏଥିରେ ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ରକ୍ତଚାପ କଣ୍ଟ୍ରୋଲରେ ରହିବା ସହିତ, ଲିଭର ଦ୍ୱାରା ହେଉଥିବ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।