ଓଡ଼ିଶା 365 (ବ୍ୟୁରୋ): ବଲିଉଡର ଚିକିନି ଚମେଲି କହିଲେ ସମସ୍ତେ କ୍ୟାଟ୍ରିନା କୈଫଙ୍କୁ ବଝନ୍ତି । ନିଜର ଦମଦାର ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକରେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି କ୍ୟାଟ୍ରିନା କୈଫ୍ । ବର୍ତ୍ତମାନ କ୍ୟାଟ୍ରିନା ଟାଇଗର ୩ ପାଇଁ ଚର୍ଚ୍ଚାରେ ଥିବାବେଳେ ଆଜି ବିମାନବନ୍ଦରରେ ଦେଶି ଲୁକରେ ନଜର ଆସିଛନ୍ତି କ୍ୟାଟ୍ରିନା କୈଫ୍ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଫ୍ୟାନ୍ସମାନେ ଦିୱାନା ହୋଇଛନ୍ତି । କ୍ୟାଟ୍ରିନା ଅଭିନୟ ବ୍ୟତୀତ ସବୁବେଳେ ସିମ୍ପଲ ଲୁକରେ ଫ୍ୟାନ୍ସଙ୍କ ମନ ଜିତିଥାନ୍ତି ।ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁ ୟେଲୋ ସାଲୱାର ସୁଟରେ ଦେଖିବାକୁ ମିଳିଛି । ଏହାସହ କ୍ୟାଟ୍ରିନା ୟେଲୋ ଜୋତା ଏବଂ ବ୍ଲାକ ଗଗଲ୍ସରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଅଭିନେତ୍ରୀଙ୍କ ଏହି ଦେଶୀ ଲୁକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଅନେକ କ୍ୟାଟ୍ରିନାଙ୍କ ଲୁକକୁ ପ୍ରଶଂସା କରି ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି ।
ସେପଟେ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ଫ୍ୟାନ୍ସ ଲେଖିଛନ୍ତି ଯେ, କ୍ୟାଟ୍ରିନା ସର୍ବଦା ସରଳ ଏବଂ ସୁନ୍ଦର ପୋଷାକ ପିନ୍ଧନ୍ତି ମତେ ଏହା ବହୁତ ଭଲ ଲାଗେ । ସେ ବଲିଉଡର କଠିନ ପରିଶ୍ରମୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି ଯେ, ସେ ହେଉଛନ୍ତି ଏକମାତ୍ର ଅଭିନେତ୍ରୀ ଯିଏ ବିନା ଅଳଙ୍କାରରେ ସୁନ୍ଦର ଦେଖାଯାଆନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି, ବର୍ତ୍ତମାନ ତୁମର ଏକ ସନ୍ତାନ ହେବା ଉଚିତ୍।
ଅନ୍ୟପଟେ କ୍ୟାଟ୍ରିନା କୈଫଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, କ୍ୟାଟ୍ରିନାଙ୍କୁ ଆଗାମୀ ଫିଲ୍ମ ‘ଟାଇଗର ୩’ରେ ଦେଖିବାକୁ ମିଳିବ । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡି ପୁଣି ଥରେ ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ଦିପାବଳୀରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି । ନିକଟରେ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା । ଏହାସହ କ୍ୟାଟ୍ରିନା ବିଜୟ ସେଥୁପଥିଙ୍କ ସହ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ରେ ନଜର ଆସିବେ । ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ର ନିର୍ଦ୍ଦେଶନା ଦେଇଛନ୍ତି ।କ୍ୟାଟ୍ରିନା କୈଫ ଏବଂ ଶ୍ରୀରାମ ରାଘବନଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ‘ମେରୀ ଖ୍ରୀଷ୍ଟମାସ ‘। ବିଜୟଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି କ୍ୟାଟ୍ରିନା । ଏହି ଫିଲ୍ମକୁ ହିନ୍ଦୀ ଏବଂ ତାମିଲରେ ଏକକାଳୀନ ସୁଟିଂ କରାଯାଇଛି । ତେବେ ଏହି ଫିଲ୍ମ ଡିସେମ୍ବର ୧୫ରେ ରିଲିଜ ହେବ ।