ଓଡ଼ିଶା 365 (ବ୍ୟୁରୋ) : ଶୀତଦିନେ ବିଭିନ୍ନ ପ୍ରକାରର ଚା ପିଇଥାନ୍ତି ଲୋକେ । କିନ୍ତୁ ଶୀତଦିନେ ଯଦି କୌଣସି ଚା’ ଆପଣଙ୍କ ଶରୀର ପାଇଁ ଭଲ ହୋଇଥାଏ ତେବେ ତାହା ହେଉଛି କଳା ଚା’ ବା ବ୍ଲାକ ଟି । ଏହି ଚା’ ସେବନ କରିବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ବ୍ଲାକ ଟି ରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଯୌଗିକ ଥାଏ । ଯାହା ଶରୀରର ଫୁଲାଫଣକୁ କମ କରିବାରେ ସହାୟକ ହୋଇଥାଏ । ସେହିପରି ହାର୍ଟ ପାଇଁ ମଧ୍ୟ କଳା ଚା ଉପଯୋଗୀ ହୋଇଥାଏ । ଏହାସହିତ ଏହା କେଶ ଏବଂ ତ୍ୱଚା ପାଇଁ ମଧ୍ୟ ଉପକାରୀ ହୋଇଥାଏ ।
ନେସନାଲ କ୍ୟାନ୍ସର ଇଂଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜାଣିବାକୁ ମିଳିଛି କି କଳା ଚା’ ରେ ଥିବା ପଲିଫେନୋଲ୍ସ , ଟ୍ୟୁମର ର ବିପଦକୁ କମ କରିପାରେ । ଏହା ବିଶେଷ ରୂପେ ତ୍ୱଚା, ସ୍ତନ, ଫୁସଫୁସ କର୍କଟର ବିପଦକୁ କମ କରିଥାଏ । କଳା ଚା ରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଏବଂ ଅନ୍ୟ ଫାଇଟୋନ୍ୟୁଟ୍ରିଏନ୍ସ ଶରୀରରୁ ବିଷାକ୍ତ ପଦାର୍ଥକୁ ହଟାଇବା ଏବଂ ଉପଚାର ପ୍ରକ୍ରିୟା ଆରମ୍ଭ କରିବାରେ ସହାୟକ ହୋଇଥାଏ । କାରଣ ଏହା ତ୍ୱଚା ପାଇଁ ଭଲ ହୋଇଥାଏ । କଳା ଚା’ରେ ଫ୍ଲେବୋନାୟଡ୍ସ ନାମକ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଯାହା ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
ନିୟମିତ ରୂପେ ସେବନ କରିବା ଦ୍ୱାରା ଅନେକ ବିପଦପୂର୍ଣ୍ଣ କାରକକୁ କମ କରିବାରେ ସହାୟକ ହୋଇଥାଏ । ଯେଉଁଥିରେ ହୃଦୟ ରକ୍ତଚାପ,ଉଚ୍ଚ କୋଲୋଷ୍ଟ୍ରଲ, ଉଚ୍ଚ ଟ୍ରାଇଗ୍ଲିସରାଇଡ ର ସ୍ତର ଏବଂ ମୋଟାପଣ ସାମିଲ ଅଛି । ଏରୀରରେ ଏଲଡିଏଲର ଏକ ବଡ ମାତ୍ରା ଧମନିରେ ତିଆରି ହୋଇପାରେ ଏବଂ ପାଟିକା ନାମକ ମୋମ ଜମା ହୋଇପାରେ । ଏହାଦ୍ୱାରା ହାର୍ଟ ଫେଳ ବା ଷ୍ଟ୍ରୋକ ଭଳି ସମସ୍ୟା ହୋଇପାରେ । ସେଥିପାଇଁ କଳା ଚା ପିଇବା ଦ୍ୱାରା ଏଲଡିଏଲ କୋଲୋଷ୍ଟ୍ରଲର ସ୍ତର କମ ହୋଇପାରେ ।
କଳା ଚା’ରେ କ୍ୟାଫିନ୍ ଏବଂ ଏକ ପ୍ରକାରର ଏମିନୋ ଏସିଡ ଥାଏ । ଯାହାକୁ ଏଲ-ଥିନିନ କୁହାଯାଏ । ଯାହା ସାବଧାନୀ ଏବଂ ଧ୍ୟାନ କେନ୍ଦ୍ରିତ କରିବାରେ ସହାୟକ ହୋଇଥାଏ । କଳା ଚା’ର ସେବନ ଦ୍ୱାରା ଭଲ ବ୍ୟାକ୍ଟେରିଆର ବିକାଶ ଏବଂ ଖରାପ ବ୍ୟାକ୍ଟେରିଆ ବୃଦ୍ଧିକୁ ରୋକି ଶରୀରରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହାସହିତ ଏଥିରେ ରୋଗାଣୁରୋଧୀ ଗୁଣ ରହିଥାଏ । ଯାହା ଶରୀର ଭିତରେ ଥିବା ବ୍ୟାକ୍ଟେରିଆକୁ ମାରିଥାଏ । କଳା ଚା’ ସେବନ ମଧୁମେହ ବିପଦକୁ କମ କରିବାରେ ସହାୟକ ହୋଇଥାଏ । ଅନେକ ଗବେଷଣାରୀ ଜଣାପଡିଛି କି କଳା ଚା ସେବନ ଦ୍ୱାରା ମଧୁମେହ ରେ ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ।