ଓଡ଼ିଶା 365 (ବ୍ୟୁରୋ) : ମାଣ୍ଡିଆ, ଶରୀର ପାଇଁ ନିହାତି ଉପକାରୀ ଶସ୍ୟ । ଯାହା ଗ୍ରାମାଞ୍ଚଳରେ ଖୁବ୍ ଲୋକପ୍ରିୟ ରହିଥିଲା କିନ୍ତୁ ଏବେ ଏହାକୁ ସହର ଲୋକ ମଧ୍ୟ ଖାଇବା ପାଇଁ ଭଲ ପାଉଛନ୍ତି । ଏହାକୁ ଚୁନା କରି ସାଧାରଣତଃ ଜାଉ କିମ୍ବା ପିଠା କରି ଖିଆଯାଏ । କେବଳ ଗ୍ରାମାଞ୍ଚଳ ମାନଙ୍କରେ ନୁହେଁ ଆଜିକାଲି ସହରାଞ୍ଚଳ ମାନଙ୍କରେ ମଧ୍ୟ ଏହାର ଚାହିଦା ଖୁବ୍ ବେଶି । ଏହା ଯେ କୌଣସି ତେଜରାତି ଦୋକାନ ମାନଙ୍କରୁ ସହଜରେ ମିଳିଯାଉଛି । ଦେଶ ବିଦେଶରେ ପରିଚିତ ହେଲାଣି ମାଣ୍ଡିଆ । ତେବେ ମଣ୍ଡିଆରେ ଭରି ରହିଛି ଅନେକ ପ୍ରକାର ଔଷଧୀୟ ଗୁଣ । ମାଣ୍ଡିଆ ରେ ଶୂନ୍ୟ ପ୍ରତିଶତ କୋଲେଷ୍ଟ୍ରାଲ ଓ ସୋଡ଼ିୟମ ରହିଛି । ଯାହାକୁ ଖାଇଲେ ଶରୀର ସୁସ୍ଥ ରହିବ ।
ତେବେ ଆସନ୍ତୁ ଜାଣିବା ମାଣ୍ଡିଆ ରେ ପ୍ରସ୍ତୁତ ସୁଜି ଯାହା ଶରୀର ପାଇଁ ଖୁବ ଭଲ ଏବଂ ସ୍ୱାଦିଷ୍ଟ ମଧ୍ୟ । ମାଣ୍ଡିଆ ରେ ୩୦ ଗୁଣ ଅଧିକ କ୍ୟାଲସିୟମ ରହିଛି ଏବଂ ୪ ଗୁଣ ଅଧିକ ଲୌହସାର ରହିଛି । ଏଠି ସହିତ ମାଣ୍ଡିଆ ରେ ଏଣ୍ଟିଅକ୍ସିଡେଣ୍ଟ , ଫାଇବର , ମିଲେରାଲସ ଅଧିକ ରହିଛି । ତେବେ ଆସନ୍ତୁ ଜାଣିବା ମାଣ୍ଡିଆ ସୁଜି ପାଇଁ କଣ କଣ ଆବଶ୍ୟକ । ମାଣ୍ଡିଆ ଚୁନା, ପାଚିଲା କଦଳୀ ୨ ଟି, ତାଳ ଗୁଡା ମିଶ୍ରି କିମ୍ବା ଚିନି, କ୍ଷୀର ୨୦୦ ଗ୍ରାମ ଏକ ଜାର ରେ କଦଳୀ ଏବଂ ୨ ଚାମଚ ମାଣ୍ଡିଆ ସହିତ ତାଳ ଗୁଡା ମିଶ୍ରି ସହିତ ଏକ ଘଣ୍ଟା ପର୍ଯ୍ୟନ୍ତ ପେସନ୍ତୁ । ପରେ ଏଥିରେ କ୍ଷୀର ମିଶାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମାଣ୍ଡିଆ କଦଳୀ ସୁଜି । ଏହାକୁ ପ୍ରସ୍ତୁତ କରିବା ଅତି ସହଜ । ଏହା ପ୍ରସ୍ତୁତ ହେଲା ପରେ ଏହାକୁ ଏକ ଗ୍ଲାସ ବାହାର କରି ପିଅନ୍ତୁ ।
ସକାଳ ଲଜଳଖିଆ ରେ ଏହାକୁ ଖାଇଲେ ଅତି ଲାଭଦାୟକ ହୋଇଥାଏ ଏହା ଶରୀର ପାଇଁ । ଏହା ଶରୀର କୁ ଫୁର୍ତ୍ତି ରଖିବା ସହିତ ଦିନ ସାରା ଶରୀର କୁ ସତେଜ ଅନୁଭବ କରାଇଥାଏ । ଛୋଟ ପିଲାଙ୍କ ପାଇଁ ଏହା ଅତ୍ୟନ୍ତ ଲାଭକାରୀ । ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବେଶ ଉପକାରୀ ଅଧକପାଳୀ ଏବଂ ମୁଣ୍ଡବିନ୍ଧା ହେଉଥିଲେ ଏହାକୁ ସେହି ସମୟ ରେ ଖାଇଲେ ଏହା ଭଲ ହୋଇଥାଏ । ଏହା ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସହାୟକ ହୋଇଥାଏ ।