ଓଡ଼ିଶା 365 (ବ୍ୟୁରୋ) : ପୁଣି ମୋଦୀଙ୍କୁ ପ୍ରଶଂସା କଲେ ପୁଟିନ୍ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି । ଏହା ସହ ‘ମେକ୍ ଇନ୍ ଇଣ୍ଡିଆ’ କାର୍ୟ୍ୟକ୍ରମକୁ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭଲ କାମ କରୁଛନ୍ତି ବୋଲି ମଙ୍ଗଳବାର ସେ କହିଛନ୍ତି ।
ଭ୍ଲାଡିଭୋଷ୍ଟୋକରେ ଅଷ୍ଟମ ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମ୍ ରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପୁଟିନ୍ ଏହା କହିଛନ୍ତି ପୁଟିନ୍ । ଏହି ପ୍ରସଙ୍ଗରେ ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏକ ଉଦାହରଣ ସୃଷ୍ଟି କରିଛି । ପୁଟିନ କହିଛନ୍ତି ଭାରତକୁ ଅନୁସରଣ କରିବା ଉଚିତ । ପୁଟିନ କହିଛନ୍ତି ପୂର୍ବରୁ ଆମ ଦେଶରେ କାର ତିଆରି ହେଉନଥିଲା କିନ୍ତୁ ବର୍ତ୍ତମାନ ଆମେ ଏହା ତିଆରି କରିବାକୁ ସକ୍ଷମ ଅଟୁ ।