ଓଡ଼ିଶା 365 (ବ୍ୟୁରୋ) : ରସୁଣରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଯେପରିକି ସେଲେନିୟମ୍,ମାଙ୍ଗାନିଜ୍ ଓ କ୍ୟାଲସିୟମ୍ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଗରମ ପାଣିରେ କଞ୍ଚା ରସୁଣ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ମଧୁମେହ ଭଳି ଏକ ରୋଗକୁ ମଧ୍ୟ ରସୁଣ ସେବନ ଦ୍ବାରା ନିୟନ୍ତ୍ରଣ କରାଯାଇପାରିବ। ଗରମ ପାଣିରେ ଦୁଇଟି ରସୁଣ କୋଲା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏବଂ ମଧୁମେହରୁ ରକ୍ଷା କରିଥାଏ । ଗରମ ପାଣିରେ ରସୁଣ ଦୁଇ କୋଲା ଖାଇବା ଦ୍ବାରା ହାର୍ଟ ସୁସ୍ଥ ରହିଥାଏ। ଏବଂ ଆପଣଙ୍କୁ ହାର୍ଟ ଆଟାର୍କରୁ ରକ୍ଷା ମିଳିଥାଏ। କେବଳ ସେତିକି ନୁହେଁ, ଏହା ରକ୍ତ ସଞ୍ଚାଳନକୁ ବଜାୟ ରଖିବାରେ ସାହାର୍ଯ୍ୟ କରେ । ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ରସୁଣ ଏକ ବରଦାନ କହିଲେ ଅତୃକ୍ତି ହେବ ନାହିଁ। ମହୁ ସହିତ ରସୁଣ ଖାଇବା ଦ୍ବାରା ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ ।
ରସୁଣରେ ଆଲିସିନ୍ ନାମକ ଏକ ପଦାର୍ଥ ମିଳିଥାଏ, ଯାହା ପୁରୁଷଙ୍କ ପୁରୁଷ ହରମୋନ୍ ଠିକ୍ ରଖେ। ଏହା ବ୍ୟତୀତ ରସୁଣ ଖାଇବା ଦ୍ୱାରା ପୁରୁଷମାନଙ୍କ ଠାରେ ଇରେକ୍ଟାଇଲ୍ ଡିସଫଙ୍କସନ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ । ରସୁଣରେ ବିପୁଳ ପରିମାଣର ଭିଟାମିନ୍ ଏବଂ ସେଲେନିୟମ୍ ମଧ୍ୟ ମିଳିଥାଏ। ଯେଉଁଥିପାଇଁ ପୁରୁଷ ଶୁକ୍ରାଣୁର ଗୁଣବତ୍ତା ବଢିଥାଏ । ରସୁଣରେ ଥିବା ଉପାଦାନଗୁଡ଼ିକ ରକ୍ତକୁ ପ୍ରାକୃତିକ ଉପାୟରେ ମିଶ୍ରିତ କରେ । ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ କଞ୍ଚା ରସୁଣ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ରସୁଣ ମଧ୍ୟ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।
ରସୁଣରେ ଆଣ୍ଟିବାୟୋଟିକ୍, ଆଣ୍ଟି ଫଙ୍ଗଲ୍ ଉପାଦାନ ଭରପୂର ମାତ୍ରାରେ ଥିବାରୁ ଥଣ୍ତା ଓ ସର୍ଦ୍ଦି ଭଳି ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ସଂକ୍ରମଣରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୁଏ । ସକାଳେ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଥଣ୍ଡା ଏବଂ ଜ୍ବାରରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ସେତିକି ନୁହେଁ ଉଷୁମ ପାଣିରେ ପ୍ରତିଦିନ ଦୁଇଟି ରସୁଣ ଖାଇଲେ ହଜମ ଭଲ ହୁଏ। ଶରୀରରେ ଭଲ ବ୍ୟାକ୍ଟେରିଆର ସ୍ତର ବଢିଥାଏ । ପେଟ ସମ୍ବନ୍ଧୀୟ ରୋଗ, ଡାଇରିଆ, ପେଟ କଷ୍ଟ, ଯନ୍ତ୍ରଣା, ଫୁଲିବା ଭଳି ରୋଗରୁ ମୁକ୍ତି ମିଳିଥାଏ ।