ଓଡ଼ିଶା 365 (ବ୍ୟୁରୋ) : ସେୟାର ବଜାରରେ ଲଗାତାର ଅଭିବୃଦ୍ଧିର ଧାରା ବଜାୟ ରହିଛି । ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ବୃଦ୍ଧି ଘଟିଛି । ସେପଟେ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ୩୦ ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସର ପ୍ରାରମ୍ଭିକ କାରବାରରେ ୪୧୨.୦୨ ପଏଣ୍ଟ ବୃଦ୍ଧି ଘଟି ୬୭୫୩୯.୧୦ ପଏଣ୍ଟରେ ପହଞ୍ଚିଛି । ତେବେ ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ସୂଚକାଙ୍କ ନିଫ୍ଟିରେ ଲାଗାତାର ବୃଦ୍ଧି ଘଟୁଛି । ଗତ କାଲି ନିଫ୍ଟି ୨୦୦୦୦ ମାର୍କ ଅତିକ୍ରମ କରିଥିବା ବେଳେ ଏହି ଅଭିବୃଦ୍ଧିର ଧାରା ବଜାୟ ରହିଛି । ଏନଏସଇ ନିଫ୍ଟିରେ ୧୧୪ ପଏଣ୍ଟ ବୃଦ୍ଧି ଘଟି ଏହା ୨୦୧୧୦.୩୫ରେ ପହଞ୍ଚିଛି ।
ପୂର୍ବରୁ ସେୟାର ବଜାରରେ ଅହେତୁକ ଅଭିବୃଦ୍ଧି । ୨୦୦୦୦ ପଏଣ୍ଟ ଛୁଇଁଲା ନିଫ୍ଟି । ପୂର୍ବ କାରବାର ତୁଳନାରେ ୧୮୦ ପଏଣ୍ଟ ବୃଦ୍ଧି ପାଇ ପ୍ରଥମ ଥର ପାଇଁ ୨୦୦୦୦ ମାର୍କୁ ବୃଦ୍ଧି ପାଇଛି ନିଫ୍ଟି । ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି ୨୧ ମାସ ଧରି ୧୮୦୦୦ ମାର୍କରେ ସ୍କେଲିଙ୍ଗ କରିବା ପରେ ପ୍ରଥମ ୨୦୨୩ଥର ପାଇଁ ଜୁନ 28ରେ ୧୯୦୦୦ ସ୍ତର ଅତିକ୍ରମ କରିଥିଲା । ତେବେ ଏବେ ୨୦୦୦୦ ମାର୍କ ଅତିକ୍ରମ କରି ସେୟାର ବଜାର କରବାରରେ ରେକର୍ଡ କରିଥିଲା । ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀର ସଫଳତା ପରେ ସୋମବାର ସେୟାର ବଜାର ପ୍ରାରମ୍ଭିକ କାରବାରରେ ଅଭିବୃଦ୍ଧି ଘଟିଥିବାର ଦେଖିବାକୁ ମିଳିଛି। ଉଭୟ ସେନସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ଘଟିଛି। ୩୦ ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ ମଧ୍ୟ ୨୦୬.୬୨ ପଏଣ୍ଟ ଅର୍ଥାତ ୦.୩୧ ପ୍ରତିଶତ ବୃଦ୍ଧି ଘଟି ଏହା ୬୬୮୦୫.୫୨ ପଏଣ୍ଟରେ ପହଞ୍ଚିଛି।
ତେବେ ବିଏସଇ ସୂଚକାଙ୍କ ସେନ୍ସେକ୍ସ୍ରେ ଲାର୍ସେନ ଆଣ୍ଡ୍ ଟ୍ୟୁର୍ବୋ, ଆଇସିଆଇସିଆଇ ବ୍ୟାଙ୍କ, ସନ୍ ଫାର୍ମା, ଜେଏସଡ୍ବୁ ଷ୍ଟିଲ୍, ଟାଟା କନ୍ସଲଟେନ୍ସି ସର୍ଭିସେଜ୍, ଆକ୍ସିସ ବ୍ୟାଙ୍କ, ଭାରତୀ ଏୟାରଟେଲ ଏବଂ ଇମ୍ଫୋସିସ୍ର ସେୟାର ଗୁଡି଼କ ଲାଭରେ କାରବାର କରିଛି । ସେହିପରି ଏନଟିପିସି, ମାରୁତି, ହିନ୍ଦୁସ୍ତାନ ୟୁନିଲିଭର ଏବଂ ଟାଟା ମୋଟର୍ସର ସେୟାର ଗୁଡିକ କ୍ଷତି ସହିଛି । ତେବେ ଅନ୍ୟ ଏସିଆ ବାଜାରରେ ଚୀନର ସଙ୍ଘାଇ କମ୍ପୋଜିଟ୍, ଜାପାନର ନିକ୍କି ଏବଂ ହଂକଂର ହ୍ୟାଙ୍ଗସେଙ୍ଗ୍ ଫାଇଦାରେ ରହିଛି। ଏହାସହ ଦକ୍ଷିଣ କୋରିଆର କୋସ୍ପି କ୍ଷତିରେ ରହିଛି। ତେବେ ଆମେରିକା ବଜାର ସୋମବାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା। । ବୈଶ୍ବିକ ତୈଳ ମାନକ ଅଶୋଧିତ ତୈଳ ମୂଲ୍ୟରେ ୦.୩୯ ପ୍ରତିଶତ ବଢ଼ିବା ସହ ପ୍ରତି ବ୍ୟାରେଲ ପିଛା ୯୦୯୯ ଆମେରିକା ଡଲାର ରହିଛି ।
ଅନ୍ୟପକ୍ଷେ ଘରୋଇ ସେୟାର ବଜାରରେ ସକରାତ୍ମକ ପ୍ରଭାବ ମଧ୍ୟରେ ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ୧୦ ପଇସା ବୃଦ୍ଧି ଘଟି ୮୩.୯୩ରେ ପହଞ୍ଚିଛି । ତେବେ ଇଣ୍ଟରବ୍ୟାଙ୍କ ବିଦେଶି ମୁଦ୍ରା ବିନିମୟ ବଜାରରେ ଟଙ୍କା ୮୨.୯୩ରେ କାରବାର ଆରମ୍ଭ କରିଥିଲା, ଯାହା ପୂର୍ବ କାରବାର ତୁଳନାରେ ୧୦ପଇସା ବଢ଼ିଥିଲା । ତେବେ ସୋମବାର ଭାରତୀୟ ଟଙ୍କା ପ୍ରତି ଡଲାର ପିଛା ୮୩.୦୩ରେ କାରବାର ବନ୍ଦ ହୋଇଥିଲା । ଏହା ମଧ୍ୟରେ ୬ ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକା ଡଲାର ସ୍ତିତି ସୂଚାଉଥିବା ଡଲାର ସୂଚକାଙ୍କ ୦.୦୨ ପ୍ରତିଶତ ହ୍ରାସ ହେବା ସହ ୧୦୪.୫୫ରେ ରହିଛି ।