ଓଡ଼ିଶା 365 (ବ୍ୟୁରୋ): ଏସିଆନ ଗେମ୍ସରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଥିବା ଓଡ଼ିଆ ଖେଳାଳିଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୧୩ ଖେଳିଳା ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଏସିଆନ ଗେମ୍ସରେ ଅଂଶ ଗ୍ରହଣ କରିଥିବା ପ୍ରତି ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ଏହି ସହାୟତା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ତେବେ ଏହି ୧୩ଜଣ ଖେଳାଳି ହେଲେ କିଶୋର ଜେନା, ଅଂଶିକା ଭାରତୀ, ଋତୁ କାଉଡି, ସୋନାଲୀ ସ୍ୱାଇଁ, ଅନୁପମା ସ୍ୱାଇଁ, ନେହା ଦେବୀ, ପ୍ୟାରୀ, ଦୀପଗ୍ରେସ ଏକ୍କା, ଅମିତ ରୋହିଦାସ, ହୁପି ମାଝୀ, ଡୁମୁଣୀ ମାରାଣ୍ଡି, ତରୁଲତା ନାଏକ, ମାମା ନାଏକ ।
ସୂଚନାଯୋଗ୍ୟ, ଆସନ୍ତା ୨୩ରୁ ଅକ୍ଟୋବର ୮ ଯାଏଁ ଚାଲିବ ଏସିଆନ୍ସ ଗେମ୍ସ । ଏଥିପାଇଁ ୧୩ ଜଣ ଓଡିଆ ଖେଳାଳି ଚୟନ ହୋଇଛନ୍ତି । ଯାହାକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅନୁସାରେ ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ମିଳିବ ।