ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ଛତୁଫୁଟିଲା ଭଳି ବଢିଚାଲିଛି ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍। ବାରମ୍ବାର ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ବି ଏଥିରେ ଲାଗୁନି ରୋକ୍। ଏହି କ୍ରମରେ ଆଜି କଟକରେ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ସନ୍ଦେହ କରିଥିଲା ସ୍ବାସ୍ଥ୍ୟ ବିଭାଗ। ଏହାପରେ କଟକ ବାଦାମବାଡ଼ି ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ଦୁଇଟି ଟିମ ଏହି ଚଢାଉ ଜାରି ରଖିଛନ୍ତି। ତିନୋଟି ଜାଗାରେ ଏକା ଥରକେ ଚଢ଼ାଉ କରି ସ୍ବାସ୍ଥ୍ୟ ବିଭାଗ କିଛି ଆପତ୍ତି ଜନକ ଯନ୍ତ୍ରପାତି ଠାବ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଅନେକ କ୍ଲିନିକରେ ଚଢାଉ କରାଯାଇ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଅନେକ କ୍ଲିନିକ ଉପରେ ପୂର୍ବରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ତଥାପି ରାଜ୍ୟର ଅନେକ ଅଞ୍ଚଳରେ ଲୁଚାଛପାରେ ଏପରି ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଖବର ହସ୍ତଗତ ହେଉଛି । ତେଣୁ ସମୃକ୍ତ କ୍ଲିନିକ ଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷପ ନିଆଯାଇଛି । ତେବେ ଏସବୁ ସତ୍ତ୍ୱେ ବି ରାଜ୍ୟରେ ଛତୁଫୁଟିଲା ଭଳି ବଢିଚାଲିଛି ଏହି ବେଆଇନ କ୍ଲିନିକ୍।