ଓଡ଼ିଶା 365 (ବ୍ୟୁରୋ): ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଏହା ସହ ଗାଡିମଟର ଚଳାଚଳ ମଧ୍ୟ ରହିଛି । ଫଳରେ ବାଧାପ୍ରାପ୍ତ ହୋଇଛି ଗମନାଗମନ। କେବଳ ଜରୁରୀ କାଳୀନ ସେବା ଏବଂ ପରୀକ୍ଷା ଚାଲୁଥିବା ସ୍କୁଲକୁ ବନ୍ଦରୁ ବାଦ୍ ଦିଆଯାଇଛି । ଏହି କ୍ରମରେ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଜିଲ୍ଲା ସଂଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆଜିର ଏହି ବନ୍ଦରେ ସହରର ୩୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ନେଇ ଦାବି ହୋଇଆସୁଅଛି । ପୂର୍ବରୁ ମଧ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହିକ୍ରମରେ ବୁଧବାର ଦିନ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି ।