ଓଡ଼ିଶା 365 (ବ୍ୟୁରୋ) : ପୂର୍ବ ଭାରତରେ ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଓ ସକ୍ରିୟ ରହିବ । ଫଳରେ ପୂର୍ବ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ କେନ୍ଦ୍ରୀୟ ଭାରତର ଅନେକ ସ୍ଥାନରେ ବର୍ଷା ହେବା ଏହି ଅଭାବକୁ ସାମାନ୍ୟ ହ୍ରାସ କରିବାରେ ସହାୟକ ହେବ । ସେପଟେ ଦେଶର ଉତ୍ତର-ପଶ୍ଚିମ ଭାଗ ରାଜସ୍ଥାନ, ପଞ୍ଜାବ ଓ ହରିୟାଣା ଶୁଖିଲା ରହିବ ବୋଲି ଘରୋଇ ପାଣିପାଗ ବିଭାଗ ସ୍କାଏମେଟ୍ ପାଣିପାଗ ସୂଚନା ଦେଇଛି । ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ୧୯୦୧ରେ ରେକର୍ଡ ରଖିବା ଆରମ୍ଭ ହେବା ପରଠାରୁ ଗତ ଅଗଷ୍ଟ ମାସ ସମଗ୍ର ଦେଶ ପାଇଁ ସବୁଠାରୁ ଶୁଖିଲା ଏବଂ ଗରମ ଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀର ଆନୁଷ୍ଠାନିକ ଆରମ୍ଭ ତାରିଖ ଜୁନ୍ ପହିଲାରୁ ସାରା ଦେଶରେ ବୃଷ୍ଟିପାତରେ ୧୦% ଅଭାବ ରହିଥିବା ବେଳେ କେନ୍ଦ୍ରୀୟ ଭାରତରେ ୯%, ଉତ୍ତର-ପଶ୍ଚିମ ଭାରତରେ ୧% ଏବଂ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ୧୯% ଅଭାବ ରହିଛି ।