ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ଖାରବେଳ ଭବନରେ ବୈଠକ କରୁଛନ୍ତି ECI ଟିମ୍। ଏଥିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଛନ୍ତି। ତେବେ ଆଜିର ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ବ ଦିଆଯାଇଛି । ରାଜ୍ୟରେ ଆଗୁଆ ନିର୍ବାଚନ ଏବଂ ୱାନ ନେସନ ୱାନ ଇଲେକସନ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇସି ଟିମଙ୍କ ଏହି ବୈଠକକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ୱାନ ନେସନ ୱାନ ଇଲେକସନ ହେବ ନା ଆଗୁଆ ହେବ ନିର୍ବାଚନ । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେ ଏମିତି ଚର୍ଚ୍ଚା ଚାଲିଛି । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଯେହେତୁ ଚିଫ୍ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଭୋଟ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି ସେଥିପାଇଁ ଆଗୁଆ ନିର୍ବାଚନ ନେଇ ମଧ୍ୟ ଚର୍ଚ୍ଚା ସାମ୍ନାକୁ ଆସୁଛି ।
ସେପଟେ ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ବତନ୍ତ୍ର ଅଧିବେଶନରେ ୱାନ ନେସନ ୱାନ ଇଲେକସ ଏଜେଣ୍ଡା ରହିଛି । ସେଥିପାଇଁ କୁହାଯାଉଛି ଯେ ସ୍ବତନ୍ତ୍ର ଅଧିବେଶନରେ ଏକକ ନିର୍ବାଚନ ନେଇ କିଛି ଠୋସ ନିଷ୍ପତ୍ତି ନେଇପାରେ କେନ୍ଦ୍ର । ତା ଆଗରୁ ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ସହ ଆକଳନ କରୁଛନ୍ତି ECI ଟିମ୍ ।