ଓଡ଼ିଶା 365 (ବ୍ୟୁରୋ) : ଥମିବାର ନାଁ ଧରୁନି ହାତୀ ପଲଙ୍କ ଉପଦ୍ରବ । ଏକର ଏକର ଧାନଫସଲକୁ କରିସାରିଲେଣି ନଷ୍ଟ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳ ଫରେଷ୍ଟ ବିଟ୍ରେ । ସ୍ଥାନୀୟ ଚାଷୀ ହେଲେଣି ନାକେଦମ୍ । ମଙ୍ଗଳବାର ବିଳମ୍ବିତ ରାତିରେ ଉଦୟଗିରି ଗାଁର ୧୫ ଟିକିଆ ହାତୀପଲ ପଶି ଉପଦ୍ରବ ଚଳାଇଥିଲେ । ଗାଁର ୧୦ ଜଣ ଚାଷୀଙ୍କ ୨୦ ଏକରରୁ ଅଧିକ ଧାନଫସଲକୁ ଦଳମକଚି ନଷ୍ଟ କରିଦେଇଛନ୍ତି ।
ଗାଁର ବିକାଶ ସାହୁ, ପହଲୁ ସାହୁ, ଶୈଳ ସାହୁ, ସୁଜିତ ସାହୁ, ଯୁଗଳ ସାହୁ, ମଧୁ ସାହୁ, ମାୟାଧର ସାହୁ ପ୍ରମୁଖ ୧୦ ଜଣ ଚାଷୀଙ୍କ ଧାନବିଲରେ ପଶି ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ହାତୀପଲ । ଧାରକରଜ କରି ଚାଷ କମ କରିଥିଲେ ଚାଷୀ । ଏବେ ହାତୀପଲଙ୍କ ଉପଦ୍ରବରେ ସୁନାର ଫସଲ ନଷ୍ଟ ହେବା ଦେଖି ଚାଷୀ ମୁଣ୍ଡରେ ହାତ ଦେଇବସିଛି। ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।