ଓଡ଼ିଆ 365 (ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ଓଡ଼ିସାରେ ଜାରି ରହିଛି ବର୍ଷା। ଏହି କ୍ରମରେ ଗଜପତି ଜିଲ୍ଲାରେ ବି ଜାରି ରହିଛି ବର୍ଷାର ପ୍ରଭାବ । ଫଳରେ ଗଜପତି ଜିଲାର ଗୁମ୍ମା ବ୍ଲକରେ ଆଜି ସକାଳେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ବ୍ଲକେଜ୍ ହୋଇଯାଇଛି । ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି । ପ୍ରାୟ ୩ ରୁ ୪ ଦିନ ହେବ ଗୁମ୍ମା ବ୍ଲକରେ ନିୟମିତ ବର୍ଷା ଲାଗି ରହିଛି।
ସୂଚନାଯୋଗ୍ୟ, ଆଜି ସକାଳୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିଲା। ଫଳରେ କୁଜାସିଂ-ଅଢ଼େଇ ଗାଁକୁ ଲମ୍ବିଥିବା ଘାଟି ରାସ୍ତାରେ ପାହାଡ ଧସି ପଡ଼ିଛି । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ପିଚୁ ରାସ୍ତାରେ ପଡ଼ି ରହିଛି। ଏଥିପାଇଁ କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ରାସ୍ତାରେ ପଡ଼ିଥିଲା । କୁଜାସିଂ ଠାରୁ ଅଜୟଗଡ ଯିବା ନିମନ୍ତେ ଏହା ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତା ଉପରେ ୩ ଟି ଗାଁର ଲୋକମାନେ ସମ୍ପୂର୍ଣ ନିର୍ଭରଶୀଳ ଥିବାବେଳେ ରାସ୍ତା ଅବରୋଧ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।