ଓଡ଼ିଶା 365 (ବ୍ୟୁରୋ) : ବଢୁଛି ଆଜମଖାନଙ୍କ ଅଡୁଆ । ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ ଆସୁଛି । ପୂର୍ବତନ ମନ୍ତ୍ରୀ ତଥା ଏସପିର ବରିଷ୍ଠ ନେତା ଆଜାମ ଖାନଙ୍କ ଘରେ ବୁଧବାର ଆୟକର ବିଭାଗ ଚଢାଉ କରିଛି। ଦୂର୍ନୀତି ଓ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛି ଆୟକର ବିଭାଗ । ଆଜାମ ଖାନଙ୍କ ରାମପୁର, ମେରଠ, ଗାଜିଆବାଦ, ସହାରନପୁର, ସୀତାପୁର ଏବଂ ଲକ୍ଷ୍ନୌରେ ଥିବା ଘରେ ଆୟକର ବିଭାଗ ସକାଳୁ ଚଢଉ କରିଛି । ଛଅ ମାସ ପୂର୍ବରୁ ଆୟକର ବିଭାଗ ପୂର୍ବତନ ମନ୍ତ୍ରୀ ଆଜମ ଖାନ, ତାଙ୍କ ପତ୍ନୀ ଜଞ୍ଜିନ ଫତିମା ଏବଂ ପୁଅ ଅବଦୁଲ୍ଲା ଆଜମଙ୍କ ଆୟକର ଆଫିଡେଭିଟ୍ ପୁଣିଥରେ ଯାଞ୍ଚ ଆରମ୍ଭ କରିଥିଲା। ବାସ୍ତବରେ ବିଧାନସଭା ନିର୍ବାଚନ ସମୟରେ ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ଦ୍ୱାରା ଦାଖଲ ହୋଇଥିବା ଆୟକର ଆଫିଡେଭିଟ୍ରେ ଅନେକ ଅନିୟମିତତା ଦେଖିବାକୁ ମିଳିଥିଲା ।